ଭଗବାନ ଶ୍ରୀକୃଷ୍ଣଙ୍କ ରାଜ୍ୟର ସନ୍ଧାନ ପାଇଁ ସମୁଦ୍ର ଭିତରକୁ ଡ଼େଇଁଲେ ମହିଳା ନ୍ୟୁଜ୍ ଆଙ୍କର ! ସୋସିଆଲ ମିଡ଼ିଆରେ ଟ୍ରୋଲ କରୁଛନ୍ତି ୟୁଜର୍

37

ଭଗବାନଙ୍କ ଖୋଜିବାକୁ ଯାଇ ଟ୍ରୋଲ୍ ହେଲେ ନ୍ୟୁଜ୍ ଆଙ୍କର୍ । ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି ହିନ୍ଦି ନ୍ୟୁଜ୍ ଚ୍ୟାନେଲ୍ ‘ଆଜ ତକ’ର ଷ୍ଟାର ଆଙ୍କର ଶ୍ୱେତା ସିଂହ । ଶ୍ୱେତା ସିଂହଙ୍କ କାର୍ଯ୍ୟକ୍ରମର ଏକ ଭିଡ଼ିଓ ଏପରି ଉପହାସ କାରଣ ବୋଲି ଜଣାପଡ଼ିଛି । ଏହି ଭିଡିଓରେ ଶ୍ୱେତା ସିଂହ ଭଗବାନ ଶ୍ରୀକୃଷ୍ଣଙ୍କ ବିଷୟରେ ଜାଣିବା ନିମନ୍ତେ ସମୁଦ୍ର ଭିତରକୁ ଡେଉଁଥିବାର ଦୃଶ୍ୟ ରହିଛି । ସୂଚନା ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ରାଜ୍ୟର ପତ୍ତା ଲଗାଇବା ପାଇଁ ଶ୍ୱେତା ସିଂହ ସମୁଦ୍ରରେ ୭୦ଫୁଟ ଭିତର ଯାଏଁ ସ୍କୁବା ଡାଇଭିଂ କରିଥିଲେ । ଭଗବାନ ଶ୍ରୀକୃଷ୍ଣଙ୍କ ରାଜ୍ୟର ସନ୍ଧାନ ନିମନ୍ତେ ସେ ସମୁଦ୍ରକୁ ଯାଇଥିବା କଥା ଭିଡିଓରେ ଜଣାପଡିଛି । ଭିଡିଓରେ ଶ୍ୱେତା କହିଛନ୍ତି, ସମୁଦ୍ରରେ ଏପରି କିଛି ଜିନିଷ ରହିଛି, ଯାହାକୁ ଦେଖିଲେ କହିହେବ ଯେ ଏହା ପ୍ରାକୃତିକ ନୁହେଁ ବଂର ମନୁଷ୍ୟକୃତ । ଏହି ଆକୃତି ଗୁଡିକୁ ଦେଖିଲେ ଅନୁମାନ କରିହେଉଛି କି, ସେ ସମୟରେ ରାଜ୍ୟ ଗୁଡିକ କେତେ ସୁନ୍ଦର ଥିଲା ।

ଏହି ଭିଡିଓକୁ ନେଇ ସୋସିଆଲ ମିଡିଆରେ ଶ୍ୱେତା ସିଂହଙ୍କର ଉପହାସ କରାଯାଉଛି । ଭିଡିଓକୁ ନେଇ ଲୋକମାନେ ମଜା ଉଠାଉଥିବା ବେଳେ ଏହାକୁ ହିଁ ପ୍ରକୃତ ଅନୁସନ୍ଧାନି ପତ୍ରକାରିତା କୁହାଯାଏ ବୋଲି ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି । କିଛି ୟୁଜର୍ସ ଲେଖିଛନ୍ତି, ପ୍ରଥମେ ୨୦୦୦ ନୋଟ ର ନାନୋ ଚିପ୍ ଖୋଜିଲେ, ପରେ ଗାଇ ବିଷୟରେ କହିଲେ, ଗାଇ ପରିବେଶକୁ ଅମ୍ଳଜାନ ତ୍ୟାଗ କରିଥାଏ, ଆଉ ଏବେ ଶ୍ରୀକୃଷ୍ଣଙ୍କୁ ଖୋଜିବାକୁ ସମୁଦ୍ରକୁ ଡେଇଁଛନ୍ତି ।

ଉଲ୍ଲେଖନୀୟ, ୨୦୧୬ରେ ଯେତେବେଳେ ନୋଟବନ୍ଦୀ ସମୟରେ ୨୦୦୦ ଟଙ୍କାର ନୂଆ ନୋଟ ଆସିଥିଲା, ସେତେବେଳେ ଶ୍ୱେତା ସିଂହ କହିଥିଲେ ଏହି ନୋଟରେ ନାନୋ ଚିପ୍ ଫିଟ୍ କରାଯାଇଛି । ଶ୍ୱେତା ସିଂହ କହିଥିଲେ ଯେ, ଏହି ନାନୋ ଚିପର ସହାୟତାରେ କଳାଧନ ରଖୁଥିବା ବ୍ୟକ୍ତି ମାନଙ୍କୁ ଚିହ୍ନଟ କରାଯାଇପାରିବ । ଶ୍ୱେତାଙ୍କ ଏହି ଦାବି ପୁରାପୁରି ମିଛଥିଲା । ନୂଆ ୨୦୦୦ ଟଙ୍କାର ନୋଟରେ କୌଣସି ଚିପ୍ ଲାଗିନଥିଲା । ଆଉ ସେତେବେଳେ ବି ଲୋକମାନେ ଶ୍ୱେତା ସିଂହଙ୍କର ଉପହାସ କରିଥିଲେ ।