‘ଦେବେଁ କେ ଦେବ ମହାଦେବ’ରେ ରାମଙ୍କ ଚରିତ୍ରରେ ଅଭିନୟ କରିଥିବା ପୀୟୁଷଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ! ଗିରଫ ହେଲେ ଟେଲିଭିଜନ୍ ତାରକା

58

ଲୋକପ୍ରିୟ ଟେଲିତାରକାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ । ଲାଇଫ ଓକେ ଚ୍ୟାନେଲର ‘ଦେବେଁ କେ ଦେବ ମହାଦେବ’ ପୌରାଣିକ ସିରିଏଲରେ ଭଗବାନ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଟିଭି ଷ୍ଟାର ପୀୟୁଷ ସହଦେବଙ୍କୁ ମୁମ୍ବାଇ ପୁଲିସ ଜଣେ ମହିଳା କଳାକାରଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ କରିଛି । ବମ୍ବେ ଟାଇମ୍ସର ରିର୍ପୋଟ ଅନୁସାରେ ବର୍ସୋବା ପୁଲିସ ଥାନାର ବରିଷ୍ଠ ପୋଲିସ ଅଧିକାରୀ, ପୀୟୁଷ ସହଦେବଙ୍କ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା କଥା ସ୍ପଷ୍ଟ କରିଛନ୍ତି ।

ବରିଷ୍ଠ ପୋଲିସ ଅଧିକାରୀଙ୍କ ବୟାନ ଅନୁସାରେ ପୀୟୁଷଙ୍କ ବିରୁଦ୍ଧରେ ୨୦ ନଭେମ୍ବର ଦିନ ପ୍ରାଥମିକ ଭାବେ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାର ତଦନ୍ତ ପରେ ୨୨ ନଭେମ୍ବର ଦିନ ପୀୟୁଷଙ୍କୁ ଗିରଫ କରାଗଲା । ଆଉ ସେହି ଦିନ ହିଁ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ପରେ ତାଙ୍କୁ ୨୭ ନଭେମ୍ବର ପର୍ଯ୍ୟନ୍ତ ତାଙ୍କୁ ହାଜତକୁ ପଠାଯାଇଛି । ଏହି ମାମଲା ସାମ୍ନାକୁ ଆସିବା ପରେ ପୀୟୁଷଙ୍କ ପିତା କୁଲବୀର ସିଂ କହିଛନ୍ତି ଯେ ସେ ଏହି ଘଟଣା ବିଷୟରେ କିଛି ବି ଜାଣି ନାହାଁନ୍ତି ।

ସେପଟେ ପୀୟୁଷଙ୍କ ବଡ ଭାଇ ଓ ଟିଭି ତାରକା ଗିରୀଶ ସହଦେବ ଏ ମାମଲାରେ ଏପର୍ଯ୍ୟନ୍ତ କିିଛି ବି ବୟାନ ଦେଇନାଆନ୍ତି । ଏହାସହ ପୀୟୁଷଙ୍କ ପୂର୍ବ ପତ୍ନୀ ଆକାଂକ୍ଷା ରାଓତ କହିଛନ୍ତି ଏପ୍ରିଲ ମାସ ପରଠାରୁ ସେ ପୀୟୁଷଙ୍କ କଥା ହୋଇନାହାନ୍ତି କି ତାଙ୍କ ସହ ଦେଖା କରିନାହାନ୍ତି । ସୂଚନାଯୋଗ୍ୟ ଆକାଂକ୍ଷା ପୂର୍ବରୁ ପୀୟୁଷଙ୍କ ବିରୋଧରେ କ୍ରୃରତା ଓ ଶୋଷଣର ଅଭିଯୋଗ କରିଥିଲେ । ଦୁଇ ଜଣଙ୍କ ବିବାହ ୨୦୧୨ରେ ହୋଇଥିବା ବେଳେ ଏହି ବିବାହ ବେଶି ଦିନ ତିଷ୍ଠିି ରହିପାରିଲା ନାହିଁ ।

ଏହା ପ୍ରଥମ ମାମଲା ନୁହେଁ ଯେ ପୀୟୁଷ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି । ଏହା ପୂର୍ବରୁ ସେ ନିଜର ଫେସବୁକ ଆକାଉଂଟ ହ୍ୟାକ ହୋଇଥିବା ଦର୍ଶାଇ ମାମଲା ରୁଜୁ କରି ଚର୍ଚ୍ଚାରେ ଥିଲେ । ପୀୟୁଷ କହିଥିଲେ ଯେ ହ୍ୟାକର ତାଙ୍କ ଆକାଉଂଟରୁ ତାଙ୍କ ସାଙ୍ଗ ମାନଙ୍କୁ ଖରାପ ମେସେଜ ପଠାଉଛନ୍ତି । ପୀୟୁଷ ୨୦୦୭ରେ ଟିଭି ସୋ ‘ହର ଘର କୁଛ କହତା ହୈ’ରୁ ଟିଭି କ୍ୟାରିୟରର ଆରମ୍ଭ କରିଥିଲେ । ୨୦୦୮ରେ ତାଙ୍କୁ ସୋନି ଟିଭିର ସୋ ‘ମିତ ମିଲା ଦେ ରବା’ରେ ମୁଖ୍ୟ ଭୂମିକା ଦେଖିବା ପାଇଁ ମିଳିଥିଲା । ଏହା ପରେ ସେ ସଫଳତା ପାଇଲେ ଓ ଅନେକ ଟିଭି ସୋ’ ରେ ତାଙ୍କୁ ଦେଖିବାକୁ ମିଳିଲା । ଶେଷ ଥର ପାଇଁ ତାଙ୍କୁ ସୋନି ଟିଭିର ସୋ ‘ବେହଦ’ରେ ଦେଖିବା ପାଇଁ ମିଳିଥିଲା ।