ଟ୍ୟୁସନ ମାଷ୍ଟରଙ୍କୁ ବିଚ ରାସ୍ତାରେ ମାଡ : ବାଣୀବିହାରରେ ସାରଙ୍କୁ ଆଣ୍ଠେଇଲେ ଉତ୍ୟକ୍ତ ଛାତ୍ରୀ

35

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନିକଟରେ ଭୁବନେଶ୍ୱରରେ ଜଣେ ଟ୍ୟୁସନ ସାରଙ୍କ ମାଡରେ ଛାତ୍ରଙ୍କ ମାଆଙ୍କ ମୃତ୍ୟୁଘଟଣା ଚର୍ଚ୍ଚାରେ ରହିଥିଲା । ଆଉଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଟ୍ୟୁସନ ସାର । ବିଚ୍ ରାସ୍ତାରେ ଟ୍ୟୁସନ ସାରଙ୍କୁ ମାଡ ମାରୁଛନ୍ତି ଛାତ୍ରୀମାନେ । ବାଣୀବିହାର ପରିସରରେ ରାସ୍ତାରେ ଟ୍ୟୁସନ ସାରଙ୍କୁ ଆଣ୍ଠେଇ ଦେଇଛନ୍ତି ଉତ୍ୟକ୍ତ ଛାତ୍ରୀ । ଶିକ୍ଷକ ଜଣକ ଜଣେ ଛାତ୍ରୀଙ୍କୁ ଅସଦବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି ।

ଗତକାଲି ଅପରାହ୍ନରେ ଜଣେ ଏମବିଏ ଛାତ୍ରୀଙ୍କୁ ଅସଦବ୍ୟବହାର ପ୍ରଦର୍ଶନ କରିଥିଲେ ବିନୋଦ କୁମାର ସାହୁ ନାମକ ଜଣେ ଟ୍ୟୁସନ ମାଷ୍ଟର । ଗାଡି ଅଟକାଇ ତାଙ୍କୁ ଜୋରଜବରଦସ୍ତ ଯିବା ପାଇଁ ବାଧ୍ୟ କରିବା ସହ ତାଙ୍କୁ ଟଙ୍କା ଯାଚିଥିବା ଅଭିଯୋଗ ହୋଇଛି । ପରେ ଛାତ୍ରୀ ଜଣଙ୍କ ତାଙ୍କ ବାନ୍ଧବୀଙ୍କୁ ଡାକିବା ପରେ ବିନୋଦ ସେଠାରୁ ପଳାଇଥିଲେ । କିନ୍ତୁ ଉତ୍ୟକ୍ତ ଛାତ୍ରୀମାନେ ବିନୋଦଙ୍କ ପିଛା କରି ତାଙ୍କୁ କାବୁ କରିବା ସହ ମାଡ ମାରି ପୁଲିସ ଜିମା ଦେଇଥିଲେ।