ଭୁବନେଶ୍ୱର : ସହିଦ ନଗରର ଗାଇଡ ପେଟ କଂପ୍ଲିଟ ସୋରୁମରୁ ୧୦ଟି ବିରଳ ଷ୍ଟାର କଇଁଛ ଉଦ୍ଧାର

42

କନକ ବ୍ୟୁରୋ : ଭୁବନେଶ୍ୱର ସହିଦ ନଗରରେ ଥିବା ଗାଇଡ ପେଟ କଂପ୍ଲିଟ ସୋରୁମରୁ ୧୦ଟି ବିରଳ ଷ୍ଟାର କଇଁଛ ଉଦ୍ଧାର ହୋଇଛି । କମିସନରେଟ ପୁଲିସ ପକ୍ଷରୁ  କୁଇକ ଆକ୍ସନ ଟିମ ଓ ବନ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଛି ଏହି କଇଁଛ ଉଦ୍ଧାର କରାଯାଇଛି । ଏହି କଇଁଛର ବଜାର ମୂଲ୍ୟ ପାଖାପାଖି ୫୦ ହଜାର ଟଙ୍କା ହେବ । କାରବାର କରୁଥିବା ଅଭିଯୋଗରେ ଦୋକାନର ଜଣେ କର୍ମଚାରୀ ତାରା କର ଓ କୁମାର ପ୍ରଶାନ୍ତକୁ ଅଟକ ରଖାଯାଇଛି ।