ଯେବେ ପ୍ରେମିକ ସାଜେ ପାଗଳ ! ଫେସବୁକରେ ଲାଇଭ୍ ସୁଇସାଇଡ୍

39

ପାଇବାର ଖୁସି ହେଉ କିମ୍ବା ହରାଇବାର ଦୁଃଖ । ପ୍ରେମ ପାଇଁ ଲୋକେ କିଛି ବି କରି ଯାଆନ୍ତି । କାହାର ଜୀବନ ନେଇ ପାରନ୍ତି ଆଉ ନିଜ ଜୀବନ ଦେଇ ବି ପାରନ୍ତି । ଏହାର ଅନେକ ନଜିର ମଧ୍ୟ ଦେଖିବାକୁ ମିଳିଛି । ଆଉ ସେମିତି ଜଣେ ପାଗଳପ୍ରେମୀ ହେଉଛନ୍ତି ତୁର୍କୀର ଏରଡଗନ୍ କେରନ୍ । ୨୨ ବର୍ଷର ଏହି ଯୁବକ ଜଣକ ପ୍ରେମରେ ବିଫଳ ହେବା ପରେ ଫେସବୁକରେ ଲାଇଭ୍ ଆସି ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । କେରନଙ୍କ ଏହି ଲାଇଭ୍ ମୃତ୍ୟୁ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଏବଂ ଏହି ଫୁଟେଜକୁ ପ୍ରାୟ ୪୦୦୦ରୁ ଅଧିକ ଲୋକ ସେୟାର୍ କରି ସାରିଛନ୍ତି ।

ତେବେ ଗୁଳି କରିବା ପୂର୍ବରୁ କେରନ୍ ତାଙ୍କ ପୂରା କାହାଣୀ ବୟାନ୍ କରିଛନ୍ତି । କହିଛନ୍ତି ଗର୍ଲଫ୍ରେଣ୍ଡ ସହ ବ୍ରେକ୍ ଅପ୍ ହେବାରୁ ସେ ଏପରି ପଦକ୍ଷେପ ନେଇଛନ୍ତି । ଆତ୍ମହତ୍ୟା ପୂର୍ବରୁ ପ୍ରଥମେ ସେ କ୍ୟାମେରାକୁ ସେଟ୍ କରିଥିଲେ ଓ ତାପରେ ନିଜ ଛାତିକୁ ଗୁଳି କରିଥିଲେ । ତେବେ ପରେ ଯେତେବେଳେ ତାଙ୍କୁ ଡାକ୍ତରଖାନା ନିଆଗଲା ସେତେବେଳେକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା ।