ବିମାନରେ ବସିଥିଲେ ଯାତ୍ରୀ ,ପାଇଲଟ୍ କଲେ ଏଭଳି କିଛି ସମସ୍ତଙ୍କ ଆଖିରୁ ବହିଆସିଲା ଲୁହ ! ଦେଖନ୍ତୁ ଭିଡିଓ

672

ଜଣେ ବ୍ୟକ୍ତି ଯେତେ ବି ମହାନ୍ କିମ୍ବା ସଫଳତାର ସିଢି ଚଢିନିଅନ୍ତୁ ନା କାହିଁକି କିନ୍ତୁ ପିତାମାତା ଏବଂ ଗୁରୁଙ୍କ ଆଗରେ ସବୁବେଳେ ଛୋଟ ହିଁ ରହିଥିବେ । ସେହିଭଳି ଶିଷ୍ୟ ଗୁରୁଙ୍କ ଠାରୁ ଦୁଇଗୁଣା ଅଧିକ ସଫଳତା ହାସଲ କଲେ ଗୁରୁଙ୍କୁ ଗୁରୁଦକ୍ଷିଣା ମିଳିଯାଏ । ତେବେ ଗୁରୁ ଏବଂ ଶିଷ୍ୟଙ୍କ ମଧ୍ୟରେ ଥିବା ଏହି ଭାବ ବିହ୍ୱଳଭରା ସଂପର୍କକୁ କଏଦ୍ କରିଥିଲା କ୍ୟାମେରା । ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।

ଭିଡିଓରେ ଦେଖାଯାଉଛି ଯେ ଉଡାଜାହାଜରେ ଅନେକ ଯାତ୍ରୀଙ୍କ ମଧ୍ୟରେ ଜଣେ ବୟସ୍କ ଯାତ୍ରୀ ବସିଛନ୍ତି । ଜାହାଜରେ ବସିିଥିବା ପାଇଲଟ୍ ଉକ୍ତ ଯାତ୍ରୀଙ୍କୁ ନିଜ ସ୍କୁଲ ଶିକ୍ଷକ କହି ସମ୍ବୋଧନ କରୁଛନ୍ତି । ଏହାପରେ ଯାତ୍ରୀଜଣକ ଭାବବିହ୍ୱଳ ହୋଇ କାନ୍ଦୁଛନ୍ତି ଏବଂ ଜାହାଜରେ ଥିବା କର୍ମଚାରୀ ଉକ୍ତ ବ୍ୟକ୍ତିଙ୍କୁ ଫୁଲତୋଡା ଦେଇ ଧନ୍ୟବାଦ ଅର୍ପଣ କରୁଛନ୍ତି । ଏହା ଦେଖି ଅନ୍ୟ ଯାତ୍ରୀଙ୍କ ଆଖିରୁ ମଧ୍ୟ ଆନନ୍ଦାଶ୍ରୁ ବାହାରି ଆସୁଛି । ଏହି ଭିଡିଓଟି ସୋସିଆଲ୍ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେବାକୁ ଲାଗିଛି । ଘଟଣାଟି ଘଟିଛି ତୁର୍କୀ ଏୟାରଲାଇନ୍ସରେ । ତୁର୍କୀ ଏୟାରଲାଇନ୍ସର ଏହି ପାଇଲେଟ୍ ଯେତେବେଳେ ନିଜ ଶିକ୍ଷକଙ୍କୁ ଉଡାଜାହାଜରେ ବସିଥିବା ଦେଖିଲେ ସେ ତାଙ୍କୁ ସରପ୍ରାଇଜ୍ ଦେବା ପାଇଁ ଏଭଳି କାମ କଲେ । ଲୋକଙ୍କ ମତରେ ଏହାହିଁ ନିଜ ଗୁରୁ ତଥା ଶିକ୍ଷକଙ୍କ ପ୍ରତି ଅସଲ ସମ୍ମାନ ।