ତୁହ୍ମାରୀ ସୁଲୁର ଟ୍ରେଲର ରିଲିଜ୍ ! କମେଡ଼ି ସାଙ୍ଗକୁ ରହିଛି ବିଦ୍ୟା ବାଲାନଙ୍କ ଦମଦାର ଅଭିନୟ

57

ଚର୍ଚ୍ଚାରେ ବିଦ୍ୟା ବାଲାନଙ୍କ ଆଗାମୀ ସିନେମା ‘ତୁହ୍ମାରୀ ସୁଲୁ’ । ଶନିବାର ଦିନ ଲଂଚ ହୋଇଛିି ଏହି ସିନେମାର ଟ୍ରେଲର । ବଲିଉଡ଼ ଅଭିନେତ୍ରୀ ବିଦ୍ୟା ବାଲାନ ଯେବେ ବି ପରାଦାକୁ ଆସନ୍ତି ତାଙ୍କୁ ଦେଖିବା ପାଇଁ ପ୍ରଶଂସକ ମାନେ ପାଗଳ ପରି ଅପେକ୍ଷା କରିଥାନ୍ତି । ବିଦ୍ୟା ତାଙ୍କ ଆଗାମୀ ସିନେମା ‘ତୁହ୍ମାରି ସୁଲୁରେ’ ଏକ ନିଆରା ଅନ୍ଦାଜରେ ଅଭିନୟ କରୁଛନ୍ତି । ସିନେମାରେ ବିଦ୍ୟା ଏକ ମଧ୍ୟବିତ୍ତ ପରିବାରର ମହିଳା ଭୂମିକାରେ ନଜର ଆସିବେ । ଏହା ଏକ ହାସ୍ୟରସାତ୍ମକ ସିନେମା, ଯେଉଁଠି ବିଦ୍ୟାଙ୍କର ଦମଦାର ଅଭିନୟ ଦର୍ଶକଙ୍କୁ ମନରୋଞ୍ଜନର ଖୋରାକ ଯୋଗାଇବ ବୋଲି ଆଶା କରାଯାଉଛି ।

bidya balanସିନେମାର ଡ଼ାଇଲଗ ଗୁଡ଼ିକ ଏପରି ରହିଛି ଯାହା ଶୁଣିଲେ ଆପଣମାନେ ନ ହସିକି ରହିପାରିବେନ । ଫିଲ୍ମର ଟ୍ରେଲରଟି ଦର୍ଶକଙ୍କୁ ବେଶ ମନୋରଂଜନ ଦେଇଥିବାବେଳେ ଏବେ ସିନେମାକୁ ନେଇ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି । ଏହି ସିନେମା ୧୭ ନଭେମ୍ବର ରିଲିଜି ହେବ । ସିନେମାରେ ବିଦ୍ୟା ଏକ ମଧ୍ୟବିତ୍ତ ପରିବାର ମହିଳାରୁ ରେଡ଼ିଓ ଜକି ଭୂମିକାରେ ନଜର ଆସିବେ । ବିଦ୍ୟାଙ୍କ ସ୍ୱାମୀ ଭୂମିକାରେ ନଜର ଆସିବେ ମାନବ କୌଲ । ସିନେମା ବିଦ୍ୟା ତାଙ୍କର ପରିବାରେ ସହ ବେଶ ମଜାମସ୍ତିରେ ସମୟ ବିତାଉଥିବା ଦେଖିବାକୁ ମିଳିବ ।

ଏହି ସିନେମାରେ ଏକ କମେଡ଼ି ଦୃଶ୍ୟ ରହିଛି, ଯେଉଁଠି ବିଦ୍ୟାଙ୍କୁ ଏକ ପ୍ରେସରକୁକର ଉପହାର ମିଳେ ଏବଂ ସେ ତାକୁ ବଦଳାଇ ଗୋଟେ ଟିଭି ମାଗିନ୍ତି । ତେବେ ବିଦ୍ୟା ଅନେକ ଦିନ ବ୍ୟବଧାନରେ ଏହି ସିନେମା କରୁଛନ୍ତି । ଏନେଇ ପ୍ରଶଂସକମାନେ ବେଶ ଉତ୍ସାହିତ ଅଛନ୍ତି । ତେବେ ଆଗକୁ ଦେଖିବାକୁ ବାକି ରହିଲା, ସିନେମା କେତେ ପ୍ରଶଂସା ସାଉଣ୍ଟି ପାରୁଛି ।