ପୁରୁଣା ଗୀତ ନୂଆ ସଙ୍ଗୀତ ! ‘ତୁମ ବିନ୍ -୨’ ରେ ଗଜଲ୍ ସମ୍ରାଟ ଜଗଜିତ୍ ସିଂହ

0

ଗଜଲ୍ ସମ୍ରାଟ ଜଗଜିତ୍ ସିଂହ ଆମ ଗହଣରେ ଆଉ ନାହାନ୍ତି । କିନ୍ତୁ ଦୀର୍ଘ ବର୍ଷ ପରେ ତାଙ୍କ କଣ୍ଠର ନୂଆ ଯାଦୁ ପୁଣି ଥରେ ଜୀବିତ ହୋଇଛି । ଅନୁଭବ ସିହ୍ନାଙ୍କ ଆଗାମୀ ଫିଲ୍ମ ‘ତୁମ ବିନ୍ – ୨’ ର ଗୀତ ‘ତେରୀ ଫରିୟାଦ୍’ ରିଲିଜ୍ ହୋଇଛି । ଯେଉଁଥିରେ ରହିଛି ‘ତୁମ ବିନ୍’ ଫିଲ୍ମରେ ଜଗଜିତ୍ ଗାଇଥିବା ଗୀତର କିଛି ଅଂଶ ।

‘ତୁମ ବିନ୍ -୨’ ହେଉଛି ୨୦୦୧ ରେ ଆସିଥିବା ମ୍ୟୁଜିକାଲ୍ ହିଟ୍ ଫିଲ୍ମ ‘ତୁମ ବିନ୍’ର ସିକ୍ୱେଲ୍ । ଫିଲ୍ମକୁ ଦୀର୍ଘ ୧୫ ବର୍ଷ ବିତି ଯାଇଥିଲେ ମଧ୍ୟ ଏହାର ସୁମଧୁର ଗୀତ ଗୁଡିକ ଆଜି ବି ସମସ୍ତଙ୍କ ମୁହଁରେ ଶୁଣିବାକୁ ମିଳୁଛି। ‘ତୁମ ବିନ୍ -୨’ର ଲିଡ୍ ରୋଲରେ ଅଛନ୍ତି ନେହା ଶର୍ମା , ଆଦିତ୍ୟ ଶିଲ୍ ଓ ଅଶୀମ୍ ଗୁଲାଟି । ଫିଲ୍ମଟି ନଭେମ୍ବର ୧୮ରେ ରିଲିଜ ହେବ ।

Comments are closed.