ଗଜଲ୍ ସମ୍ରାଟ ଜଗଜିତ୍ ସିଂହ ଆମ ଗହଣରେ ଆଉ ନାହାନ୍ତି । କିନ୍ତୁ ଦୀର୍ଘ ବର୍ଷ ପରେ ତାଙ୍କ କଣ୍ଠର ନୂଆ ଯାଦୁ ପୁଣି ଥରେ ଜୀବିତ ହୋଇଛି । ଅନୁଭବ ସିହ୍ନାଙ୍କ ଆଗାମୀ ଫିଲ୍ମ ‘ତୁମ ବିନ୍ – ୨’ ର ଗୀତ ‘ତେରୀ ଫରିୟାଦ୍’ ରିଲିଜ୍ ହୋଇଛି । ଯେଉଁଥିରେ ରହିଛି ‘ତୁମ ବିନ୍’ ଫିଲ୍ମରେ ଜଗଜିତ୍ ଗାଇଥିବା ଗୀତର କିଛି ଅଂଶ ।
‘ତୁମ ବିନ୍ -୨’ ହେଉଛି ୨୦୦୧ ରେ ଆସିଥିବା ମ୍ୟୁଜିକାଲ୍ ହିଟ୍ ଫିଲ୍ମ ‘ତୁମ ବିନ୍’ର ସିକ୍ୱେଲ୍ । ଫିଲ୍ମକୁ ଦୀର୍ଘ ୧୫ ବର୍ଷ ବିତି ଯାଇଥିଲେ ମଧ୍ୟ ଏହାର ସୁମଧୁର ଗୀତ ଗୁଡିକ ଆଜି ବି ସମସ୍ତଙ୍କ ମୁହଁରେ ଶୁଣିବାକୁ ମିଳୁଛି। ‘ତୁମ ବିନ୍ -୨’ର ଲିଡ୍ ରୋଲରେ ଅଛନ୍ତି ନେହା ଶର୍ମା , ଆଦିତ୍ୟ ଶିଲ୍ ଓ ଅଶୀମ୍ ଗୁଲାଟି । ଫିଲ୍ମଟି ନଭେମ୍ବର ୧୮ରେ ରିଲିଜ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/Bollywood-Tum-Bin-2-Edinburgh-Victoria-Street-57-1.jpg)