ୟୁ ଟ୍ୟୁବରେ ଧୁମ୍ ମଚାଉଛି ଫିଲ୍ମ ‘ତୁମ୍ ବିନ୍ – ୨’ ଦ୍ୱିତୀୟ ଗୀତ : ରିଲିଜର ଗୋଟିଏ ଦିନରେ ୧୩ ଲକ୍ଷ ଟପିଲା ଦର୍ଶକଙ୍କ ସଂଖ୍ୟା

70

ରିଲିଜ୍ ହୋଇଛି ଅପ୍ କମିଙ୍ଗ୍ ମୁଭି ‘ତୁମ୍ ବିନ୍ – ୨’ ର ଦ୍ୱିତୀୟ ଗୀତ । ଗୀତଟିକୁ ଗାଇଛନ୍ତି ମୋଷ୍ଟ ପପୁଲାର୍ ସିଙ୍ଗର୍ ଅରିଜିତ୍ ସିଂ । ତେବେ ରିଲିଜ୍ ହେବା ପରେ ପରେ ହିଁ ଗୀତଟି ୟୁ ଟ୍ୟୁବରେ ଭାଇରାଲ୍ ହୋଇ ସାରିଛି। ଆଉ ଗୋଟିଏ ଦିନ ମଧ୍ୟରେ ଏହାର ଦର୍ଶକଙ୍କ ସଂଖ୍ୟା ୧୩ଲକ୍ଷ ଟପି ସାରିଲାଣି । ଏହା ପୂର୍ବରୁ ଏହି ଫିଲ୍ମର ‘କୋଇ ଫରିୟାଦ୍ ତେରୀ’ ଗୀତଟିକୁ ମଧ୍ୟ ଦର୍ଶକମାନେ ପସନ୍ଦ କରିଛନ୍ତି ।

‘ତୁମ ବିନ୍ -୨’ ହେଉଛି ୨୦୦୧ ରେ ଆସିଥିବା ମ୍ୟୁଜିକାଲ୍ ହିଟ୍ ଫିଲ୍ମ ‘ତୁମ ବିନ୍’ର ସିକ୍ୱେଲ୍ । ଫିଲ୍ମର ଲିଡ୍ ରୋଲରେ ଅଛନ୍ତି ନେହା ଶର୍ମା , ଆଦିତ୍ୟ ଶିଲ୍ ଓ ଅଶୀମ୍ ଗୁଲାଟି । ଫିଲ୍ମଟି ନଭେମ୍ବର ୧୮ରେ ରିଲିଜ ହେବ ।

ଏହା ସହ ଦେଖନ୍ତୁ ପୁରୁଣା ଗୀତ ନୂଆ ସଙ୍ଗୀତ ! ‘ତୁମ ବିନ୍ -୨’ ରେ ଗଜଲ୍ ସମ୍ରାଟ ଜଗଜିତ୍ ସିଂହ