ଟ୍ୟୁସନ୍ ସାରଙ୍କ ମାଡରେ ପ୍ରାଣ ହରାଇଲେ ଛାତ୍ରର ମା’

45

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଟ୍ୟୁସନ୍ ସାରଙ୍କ ମାଡରେ ପ୍ରାଣ ହରାଇଲେ ଛାତ୍ରର ମାଆ। ପୁଅର ପାଠପଢା ନେଇ ପ୍ରଶ୍ନ କରିବାକୁ ସାର୍ ଉତେଜିତ ହୋଇଉଠିଲେ ଏବଂ ମାଆଙ୍କୁ ଆକ୍ରମଣ କଲେ। ଏଥିରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣା ଘଟିଛି ଭୁବନେଶ୍ୱରର ବିଜେବି ନଗରରେ। ମୃତ ମହିଳା ହେଲେ ଜୟା ପି. ଶିଲା। ତାଙ୍କ ଘର ଆନ୍ଧ୍ରର ନେଲୋରରେ ହୋଇଥିବା ବେଳେ ସେ ବିଜେବି ନଗରରେ ରହୁଥିଲେ।

ପୁଅକୁ ସ୍ଥାନୀୟ ଏକ ସାରଙ୍କ ଘରେ ଟ୍ୟୁସନ୍ ପଢାଉଥିଲେ। ଆଜି ମହିଳା ଜଣକ ପୁଅର ପାଠପଢା ସମ୍ପର୍କରେ ସାରଙ୍କ ସହ କଥା ହେବାକୁ ଯାଇଥିଲେ। ତେବେ କୌଣସି କାରଣରୁ ଉତକ୍ଷିପ୍ତ ହୋଇଉଠିଥିଲେ ଟ୍ୟୁସନ୍ ସାର୍। ଆଉ ମହିଳାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ତାଙ୍କର ମୃତ୍ୟୁ  ହୋଇଥିଲା। ତେବେ କିଛି ସମୟ ପରେ ସାର୍ ଜଣକ ମହିଳାଙ୍କ ଡ୍ରାଇଭରଙ୍କୁ ଡାକି ମହିଳାଙ୍କ ଦେହ ଅସୁସ୍ଥ ଥିବା କହିଥିଲେ ଏବଂ ମେଡିକାଲ୍ ନେବାକୁ କହିଥିଲେ। କ୍ୟାପିଟାଲ୍ ହସ୍ପିଟାଲରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଛନ୍ତି। ମାମଲା ଥାନାରେ ପହଁଚିବା ପରେ ପୋଲିସ ଅଭିଯୁକ୍ତ ରଶ୍ମିକାନ୍ତ ସାହୁ ଏବଂ ଡ୍ରାଇଭର ଶ୍ୟାମା ରାଉତଙ୍କୁ ଅଟକ କରିଛି।