୧୨ ଶହ ବର୍ଷ ପୂର୍ବେ ୟୁରୋପରୁ ଭାରତକୁ ଆସିଥିଲା ଏହି ରୋଗ ! ଏବେ ସାରା ଦୁନିଆରେ ଖେଳାଇଛି ଆତଙ୍କ, ଜାଣନ୍ତୁ କଣ ଏହି ରୋଗ ଏବଂ ଏହାର ଉପଚାର ।

52

ଦେଶରେ ମହାମାରୀ ରୋଗ କାରଣରୁ ହେଉଥିବା ମୃତ୍ୟୁ ମଧ୍ୟରୁ ୧୦ ପ୍ରତିଶତ ଲୋକ ଟିବି କାରଣରୁ ପ୍ରାଣ ହରାଇଥାନ୍ତି । ଅନ୍ୟ ମହାମାରୀ ରୋଗ ଠାରୁ ଟିବିରେ ପୀଡିତ ଥିବା ଅଧିକାଶଂ ଲୋକ ପ୍ରାଣହରାଇଥାନ୍ତି । ଲଣ୍ଡନର ଗ୍ଲୋବାଲ ୟୁନିଭରସିଟି ଏବଂ ନାର୍ବେ ଇଂଷ୍ଟିଚ୍ୟୁଟ ଅଫ ଫାବ୍ଲିକ ହେଲ୍ଥର ବିଶେଷଜ୍ଞଙ୍କ ମୁତାବିକ, ଶହେ ବର୍ଷ ପୂର୍ବରୁ ଏହି ରୋଗ ୟୁରୋପରୁ ସାରା ଦୁନିଆକୁ ବ୍ୟାପିଥିଲା । ଏହାପରେ ଏହି ରୋଗ ଆମେରିକା, ଆଫ୍ରିକା ଏବଂ ଏସିଆରେ ବ୍ୟାପିଥିଲା । ଏବେ ଏହି ରୋଗ ଆଫ୍ରିକା ଏବଂ କୋରିଆରେ ମହାମାରୀ ବନିଯାଇଛି ।

ତେବେ ଟିବି ଭଳି ମହାମାରୀ ରୋଗ ପ୍ରକୋପରୁ ରକ୍ଷା ପାଇବାକୁ ହେଲେ କେତେକ ସତର୍କତା ଅବଲମ୍ବନ କରିବାକୁ ପଡିଥାଏ । ଯେପରିକି ଶରୀରର ରୋଗ ପ୍ରତିରୋଧକ ଶକ୍ତି ଅର୍ଥାତ ଇମ୍ୟୁନିଟି ପାୱାରକୁ ବଢାଇବାକୁ ପଡିଥାଏ । ପ୍ରୋଟିନରେ ଭରପୁର ଖାଦ୍ୟ ଖାଇବା ଉଚିତ ଯଥା- ସୋୟାବିନ, ବିଭିନ୍ନ ପ୍ରକାରର ଡାଲି, ମାଛ, ଅଣ୍ଡା, ପନିର ଇତ୍ୟାଦି ପ୍ରତିଦିନ ଖାଇବା ଉଚିତ । ଯଦି ଆପଣଙ୍କ ଶରୀରରେ ଇମ୍ୟୁନିଟି ପାୱାର କମ୍ ଥାଏ ତେବେ ଶରୀରରେ ଟିବି ବ୍ୟାକ୍ଟେରିଆ ଆକ୍ଟିଭ ହେବାର ଆଶଙ୍କା ରହିଥାଏ । କେତେକ ସ୍ଥାନରେ ଏପରି ମଧ୍ୟ ଦେଖାଦେଇଛି କି, ଟିବି ଭାଇରସ ଶରୀରରେ ପୂର୍ବରୁ ଥାନ୍ତି କିନ୍ତୁ ଶରୀରରେ ରୋଗ ପ୍ରତିଷୋଧକ ଶକ୍ତି ଅଧିକ ମାତ୍ରାରେ ଥିବାରୁ ବ୍ୟାକ୍ଟେରିଆ ଗୁଡିକ ଆକ୍ଟିଭ ହୋଇପାରନ୍ତି ନାହିଁ ।

ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଜଣାପଡିଛି କି, ୨୦୧୬ ମସିହାରେ ଭାରତରେ ଟିବି ଦ୍ୱାରା ସଂକ୍ରମିତ ହୋଇ ପ୍ରାୟ ୪ଲକ୍ଷରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବା ବେଳେ ପ୍ରାୟ ୨୭ ଲକ୍ଷ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ ।