ଫ୍ୟୁଜ୍ ହେଲା ଟ୍ୟୁବଲାଇଟ୍ ! ବକ୍ସ ଅଫିସରେ ଜଳିଲାନି ସଲମାନଙ୍କ ସିନେମା

45

ଗତକାଲି ରିଲିଜ୍ ହୋଇଛି ସଲମାନଙ୍କ ବହୁ ପ୍ରତିକ୍ଷୀତ ସିନେମା ‘ଟ୍ୟୁବଲାଇଟ୍’ । କିନ୍ତୁ ଯେତିକି ଆଶା କରାଯାଇଥିଲା ସେହି ଅନସାରେ ସିନେମାଟି ଭଲ ପ୍ରଦର୍ଶନ କରିନାହିଁ । ଏମିତି କି ଲାଗୁଛି ଟ୍ୟୁବଲାଇଟ୍ ୧୦୦ କୋଟି କ୍ଲବରେ ପହଂଚିବା ମଧ୍ୟ କଷ୍ଟକର । ଏବେ ଜାଣନ୍ତୁ ସିନେମାଟି ଫ୍ଲପ୍ ହେବାର ୪ଟି ମୁଖ୍ୟ କାରଣ ।

ନିଜେ ସଲମାନ୍ ଖାନ୍ : ସିନେମା ଫ୍ଲପ୍ ହେବାର ପ୍ରଥମ କାରଣ ହେଉଛନ୍ତି ନିଜେ ସଲମାନ୍ ଖାନ୍ । ଦର୍ଶକଙ୍କୁ ସଲମାନଙ୍କ ଫିଟ୍ ବଡି ଏବଂ ଆକ୍ସନ୍ ସିନ୍ ଦେଖିବାର ଅଭ୍ୟାସ୍ ରହିଛି । କିନ୍ତୁ ଏହି ସିନେମାରେ ଭାଇଜାନ୍ ପେଟ ବଢାଇ ଟିକେ ଅଧିକ ଭାବପ୍ରବଣ ଅନ୍ଦାଜରେ ନଜର ଆସିଛନ୍ତି । ଯାହା ତାଙ୍କ ବକ୍ସ ଅଫିସ୍ ଇମେଜକୁ ମ୍ୟାଚ୍ କରୁନାହିଁ ।

ସୋହେଲ୍ ଖାନ୍ : ସିନେମାରେ ସୋହେଲ୍ ଏବଂ ସଲମାନଙ୍କ ଭିତରେ ଥିବା ଭାଇ ଭାଇ ପ୍ରେମକୁ ଦେଖାଯାଇଛି । ଦୀର୍ଘ ଦିନ ଧରି ରୁପେଲି ପରଦାରୁ ଦୂରରେ ଥିବା ସୋହେଲଙ୍କ ଅଭିନୟ କିନ୍ତୁ ଆଶାନୁରୂପକ ନାହିଁ । ତାଙ୍କ ସ୍ଥାନରେ ଅନ୍ୟ କୌଣସି ଅଭିନେତା ଥିଲେ ହୁୁଏତ ଇମ୍ପାକ୍ଟ କିଛି ଅଲଗା ଥାନ୍ତା ।

ମ୍ୟୁଜିକ୍ : ଟ୍ୟୁବଲାଇଟ୍ ସଙ୍ଗୀତ କ୍ଷେତ୍ରରେ ମଧ୍ୟ ଫ୍ୟୁଜ୍ ଅଛି । କେବଳ ‘ରେଡିଓ’ କୁ ଛାଡିଦେଲେ ସିନେମାର ବାକି ସବୁ ଗୀତ ଫ୍ଲପ୍ ରହିଛି ।

ସିନେମାଟିକୁ ଖୁବ୍ ଟାଣିଛନ୍ତି କବୀର୍ ଖାନ୍ : ଯଦି କବୀର୍ ଖାନ୍ କଥା କୁହାଯାଏ ତେବେ ସେ ପରଦାରେ ଭାବପ୍ରବଣତାକୁ ଦେଖାଇବାରେ ଖୁବ୍ ମାହିର୍ । କିନ୍ତୁ ଏକ ମହାନ୍ ସିନେମା ବନାଇବା ଚକ୍କରରେ ଟ୍ୟୁବଲାଇଟର ଦ୍ୱିତୀୟ ଭାଗଟିକୁ ଖୁବ୍ ଟାଣିଛନ୍ତି । ଏପରିକି ଏହା ଭିତରେ ଆପଣ ଆରାମରେ ବାଥରୁମ୍ ଯାଇ ଆସି ପାରିବେ । ଆଉ ଆପଣଙ୍କୁ ଲାଗିବ ସିନେମାର କିଛି ବି ମିସ୍ କରି ନାହାଁନ୍ତି ।