ଚୀନ ଅଭିନେତ୍ରୀ ଜୁହ୍ ଜୁହ୍ ହେବେ ସଲମାନଙ୍କ ଫିଲ୍ମ “ଟ୍ୟୁବଲାଇଟ’ର ନାୟିକା

50

tubelight hindi film-heroine zhu zhu

ଆସନ୍ତା ବର୍ଷ ଇଦ୍ ଅବସରରେ ପରଦାକୁ ଆସିବ ସଲମାନ ଖାନଙ୍କ ଆଗାମୀ ଫିଲ୍ମ ଟ୍ୟୁବଲାଇଟ । ସଲମାନ ଖାନଙ୍କ ଏହି ଫିଲ୍ମର ନାୟିକା ହେବେ ଚୀନ ଅଭିନେତ୍ରୀ ଜୁହ୍ ଜୁହ୍ । ଟ୍ୟୁବଲାଇଟ ପାଇଁ ଜୁହ୍ ଜୁହଙ୍କୁ ସାଇନ କରାଯାଇଛି । ବଲିଉଡ ଭାଇଜାନ ଏଥର ଇଦରେ ରୋମାନ୍ସ କରିବେ ଏହି ଚୀନ ସୁନ୍ଦରୀଙ୍କ ସହ ।

ଜୁଲାଇ ୨୦ ତାରିଖ ଠାରୁ ଲଦାଖରେ ଏହାର ସୁଟିଂ ଆରମ୍ଭ ହୋଇଯାଇଛି । ଚୀନ ନାୟିକା ଜୁହ୍ ଜୁହ୍ ସେଟରେ ପହଁଚିଛନ୍ତି । ସୁଟିଂ ସମ୍ବନ୍ଧରେ ଟୁଇଟ୍ କରିଛନ୍ତି ଜୁହ୍ ଜୁହ୍ । ଏଥିସହ ସଲମାନଙ୍କ ସହ ଅଭିନୟ କରିବା ପାଇଁ ମୌକା ପାଇଥିବା ଯୋଗୁଁ ସେ ଖୁବ୍ ଖୁସି ବୋଲି ପ୍ରକାଶ କରିଛନ୍ତି ।

source-google

୧୯୬୩ ଭାରତ-ଚୀନ ଯୁଦ୍ଧ ଉପରେ ପର୍ଯ୍ୟବେସିତ ହୋଇଛି ଫିଲ୍ମ ଟ୍ୟୁବଲାଇଟର କାହାଣୀ । ଭାରତୀୟ ଯୁବକ ଓ ଚୀନ ଝିଅଙ୍କ ପ୍ରେମକାହାଣୀକୁ ଏଥିରେ ସ୍ଥାନ ଦିଆଯାଇଛି । କବୀର ଖାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ମିଳିତ ଭାବେ ସଲମାନ ଖାନ, କବୀର ଖାନ ଓ ସୁନୀଲ ଲୁଲ୍ଲା ପ୍ରଯୋଜିତ କରିଛନ୍ତି ।