ରିଲିଜ ହେଲା ଦବଙ୍ଗ ଖାନଙ୍କ ସିନେମା ‘ଟ୍ୟୁବଲାଇଟ’ର ଟ୍ରେଲର !

23

ସଲମାନ ଖାନଙ୍କ ଆଗାମୀ ଭେଟି ‘ଟ୍ୟୁବଲାଇଟ’ର ପ୍ରଥମ ଟ୍ରେଲର ରିଲିଜ । ମୁମ୍ବାଇରେ ଏହି ଟ୍ରେଲରକୁ ଲଂଚ କରିଛନ୍ତି ସଲମାନ, ଭାଇ ସୋହେଲ ଓ ‘ଟ୍ୟୁବଲାଇଟ’ ଟିମ । ଅଢେଇ ମିନିଟର ଏହି ଟ୍ରେଲରକୁ ଦର୍ଶକମାନେ ବେଶ ପସନ୍ଦ କରିଛନ୍ତି । ୧୨ଘଂଟା ମଧ୍ୟରେ ପ୍ରାୟ ୩୨ଲକ୍ଷ ପ୍ରଶଂସକ ଏହାକୁ ୟୁଟ୍ୟୁବରେ ଦେଖିଥିବା ଜଣାପଡିଛି ।

୬୦ଦଶକରେ ହୋଇଥିବା ଭାରତ-ଚାଇନା ଯୁଦ୍ଧକୁ ନେଇ ପର୍ଯ୍ୟବେସିତ ହୋଇଛି ସିନେମା ‘ଟ୍ୟୁବଲାଇଟ’ ।ଉଭୟ ସଲମାନ ଓ ସୋହେଲ ଖାନ ସିନେମାରେ ସୈନିକ ଭୂମିକାରେ ଅଭିନୟ କରିଛନ୍ତି । ସଲମାନଙ୍କ ବିପକ୍ଷରେ ନାୟିକା ହୋଇଛନ୍ତି ଚୀନ ନାୟିକା ଜୁହୁଜୁହୁ । ଖାନ ବ୍ରଦରଙ୍କ ବ୍ୟତୀତ ଶାହାରୁଖ ଖାନ ସିନେମାରେ ଅତିଥି ଭୂମିକାରେ ନଜର ଆସିବେ ।

‘ଟ୍ୟୁବଲାଇଟ’ର ପ୍ରଥମ ଟ୍ରେଲର ରିଲିଜ ପରେ ସଲମାନ ନିଜ ମୁମ୍ବାଇସ୍ଥିତ ବଙ୍ଗଳାରେ ପ୍ରଶଂସକଙ୍କୁ ଭେଟିଛନ୍ତି । ଗାଲାକ୍ସି ଆପାଟମେଂଟରେ ଠିଆ ହୋଇ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଲେ ସଲମାନ । ସୋହେଲ ଖାନ ମଧ୍ୟ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।