ଜଳିଲାନି ସଲମାନଙ୍କ ‘ଟ୍ୟୁବଲାଇଟ୍’! ଏବେ ବିତରକଙ୍କୁ ନିଜେ କ୍ଷତିପୂରଣ ଦେବେ ଭାଇଜାନ୍

28

ଭାଇଜାନଙ୍କ ଜୀବନକୁ ଅନ୍ଧାର କରି ଦେଇଛି ସିନେମା ‘ଟ୍ୟୁବଲାଇଟ୍’ । ବକ୍ସ ଅଫିସରେ ଫ୍ଲପ୍ ସାବ୍ୟସ୍ତ ହୋଇଛି ଏହି ସିନେମା । ତେବେ ଏହି ଝଟକାରୁ ବାହରି ନଥିବା ବେଳେ ଆଉ ଏକ ସଦମା ମିଳିଛି ସୁପରଷ୍ଟାର୍ ସଲମାନଙ୍କୁ ।

ଶୁଣିବାକୁ ମିଳିଛି ସିନେମା ବିତରକ ଟଙ୍କା ପାଇଁ ସଲମାନଙ୍କ ପଛରେ ପଡିଯାଇଛନ୍ତି । କାରଣ ଟ୍ୟୁବଲାଇଟ୍ ଫ୍ଲପ୍ ହେବା ପରେ କ୍ଷତିରେ ପଡିଛନ୍ତି ସମସ୍ତ ବିତରକ । ଆଉ ଆଜି କିଛି ବିତରକ ଏନେଇ ସଲମାନଙ୍କୁ ଦେଖା କରିବେ ବୋଲି ସୂଚନା ମିଳିଛି । ସିନେମାଟି ବଜେଟର ୫୦ପ୍ରତିଶତ ମଧ୍ୟ ଆୟ କରିପାରିନାହିଁ ।

ଅନ୍ୟପଟେ ଏକ ଖବର ଅନୁସାରେ, ବିତରକଙ୍କୁ ସଲମାନ୍ କ୍ଷତିର ୩୦ପ୍ରତିଶତ ପୂରଣ ଦେବେ । ଏହା ପୂର୍ବରୁ ମଧ୍ୟ ଭାଇଜାନଙ୍କ ସହ ଏପରି ହୋଇସାରିଛି । ସେତେବେଳେ ମଧ୍ୟ ସଲମାନ୍ ନିଜେ ବିତରକମାନଙ୍କୁ ସମସ୍ତ ଟଙ୍କା ଦେଇଥିଲେ ।