ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଦେବପ୍ରିୟ ସାମଲ ଟ୍ରେନରେ ହଟହଟା ! ସାର୍ଟିଫିକେଟକୁ ଫିଙ୍ଗିଦେଲେ ଟିଟିଇ 

39

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଦେବପ୍ରିୟ ସାମଲ ଟ୍ରେନରେ ହଟହଟା । ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ବୋହୁ ସୁଜାତା ପଣ୍ଡାଙ୍କୁ ବାଲେଶ୍ୱର ରେଳଷ୍ଟେସନରେ ଅସହାୟ ଅବସାରେ ଉଦ୍ଧାର କରିଥିଲେ ଦେବପ୍ରିୟ । ଏହି ଘଟଣାରେ ଦେବପ୍ରିୟଙ୍କୁ ମିଳିଥିଲା ଅନେକ ପ୍ରଶଂସା । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଗତ ମାସ ୨୭ ତାରିଖରେ ଏଥିପାଇଁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିଲେ ।

ସେବା କାର୍ଯ୍ୟ ପାଇଁ ଯୁବପିଢ଼ୀଙ୍କ ମଧ୍ୟରେ ଚର୍ଚ୍ଚାରେ ଥିବା ଦେବପ୍ରିୟ ଏବେ ପଶ୍ଚିମବଙ୍ଗ ମେଦିନାପୁରରେ ଥିବା ବିଦ୍ୟାସାଗର ୟୁନିଭରସିଟିରେ ଅଧ୍ୟୟନ କରୁଛନ୍ତି । ସେ ବୁଧବାର ଇଂଟରନାଲ ପରୀକ୍ଷା ଦେବାକୁ ଜନଶତାବ୍ଦୀ ଏକ୍ସପ୍ରେସରେ ଯାଉଥିବାବେଳେ ଆରପିଏଫ ପୁଲିସ ଓ ଟିଟିଇଙ୍କ ଦ୍ୱାରା ହଟହଟା ହୋଇଛନ୍ତି । ଟିଟି ତାଙ୍କ ସାର୍ଟିଫିକେଟକୁ ଫୋପାଡି ଦେବାରୁ ସେ ଇଂଟରନାଲ ପରୀକ୍ଷା ଦେବାରୁ ବଂଚିତ ହୋଇଛନ୍ତି ।

ଦେବପ୍ରିୟ ନିଜକୁ ଜଣେ ଛାତ୍ର ବୋଲି ପରିଚୟ ଦେବା ସହ ପରୀକ୍ଷା ଦେବାକୁ ଯାଉଥିବା କହିଥିଲେ । ଏପରିକି ଓଡିଶା ମୁଖ୍ୟମନ୍ତ୍ରୀଙ୍କଠାରୁ ପାଇଥିବା ସାର୍ଟିଫିକେଟ , ବାଲେଶ୍ୱର ଜିଲ୍ଲାପାଳଙ୍କ ନିକଟରୁ ପାଇଥିବା ପ୍ରଶଂସାପତ୍ର ଏବଂ ଅନ୍ୟ ପରିଚୟ ପତ୍ର ଦେଖାଇଥିଲେ ମଧ୍ୟ ଟିଟି ତାହା ଶୁଣିନଥିଲେ । ଏପରିକି ଟିଟି ଫୋପାଡି ଦେଇ ତାଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ ।

ଏନେଇ ଦେବପ୍ରିୟ ତାଙ୍କ ସମ୍ପର୍କୀୟଙ୍କୁ ଜଣାଇଥିଲେ । ସୂଚନା ପାଇ ବାଲେଶ୍ୱର ଆରପିଏଫ୍ , ପୋଲିସ ଅଧିକାରୀ ଜେ. ଏନ୍ ମହାପାତ୍ର ଖଡଗପୁର ଆରପିଏଫ୍ ସହ ଯୋଗାଯୋଗ କରିଥିଲେ । ତାପରେ ଆରପିଏଫ୍ ଏକ ଜରିମାନା ରସିଦ କାଟି ତାଙ୍କୁ ବାଲେଶ୍ୱର ପଠାଇ ଦେଇଥିଲେ ।