ସମୁଦ୍ର କୂଳରେ ଚାଲୁଥିଲା ସଂଗୀତ କାର୍ଯ୍ୟକ୍ରମ, ହଠାତ୍ ଆସିଲା ସୁନାମୀ । ଦେଖନ୍ତୁ ଭିଡିଓ 

941

ଇଣ୍ଡୋନେସିଆରେ ଶନିବାର ଦିନ ଏମିତି ଏକ ଘଟଣା ଘଟିଲା, ଯାହାକୁ ବି ଚକିତ କରିଦେବ । ଇଣ୍ଡୋନେସିଆର ସୁଣ୍ଡା ଜଲଡମରୁମଧ୍ୟ ରେ ଶନିବାର ରାତି ଆଗ୍ନେୟଗିରି ଉଦଗିରଣ ହେବା ପରେ ଆସିଥିବା ସୁନାମୀରେ ମୃତ୍ୟୁ ସଂଖ୍ୟା ୨୮୧ ହୋଇଗଲାଣି । ସ୍ଥାନୀୟ ପ୍ରଶାସନ ଅନୁସାରେ, ଏପର୍ଯ୍ୟନ୍ତ ୮୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଯାହାଙ୍କୁ ଖୋଜିବା ପାଇଁ ଅଭିଯାନ ଚାଲିଛି । ଜାତୀୟ ବିପର୍ଯ୍ୟୟ ପ୍ରବନ୍ଧନ ଏଜେନ୍ସିର କହିବାନୁସାରେ, ବିପର୍ଯ୍ୟୟରେ ୮୦୦ରୁ ଅଧିକ ଲୋକ ଆହତ ହେବାର ଖବର ଆସିଛି । ଏବଂ ସର୍ବନିମ୍ନ ୮୦ଜଣ ନିଖୋଜ । ଏହା ମଧ୍ୟରେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସୁନାମୀର ଭିଡିଓ ଦେଖିବାକୁ ମିଳୁଛି । ସମୁଦ୍ର କୂଳେ ସଂଗୀତ କାର୍ଯ୍ୟକ୍ରମ ଚାଲୁଥିଲା । ସେହି ସମୟରେ ସୁନାମୀ ଆସିଗଲା । ଯାହାର ଭିଡିଓ ଭାଇରାଲ ହେଉଛି ।

ଭିଡିଓରେ ଦେଖିବାକୁ ମିଳୁଛି କି, ଲାଇଭ୍ ଚାଲିଥିବା ସଂଗୀତ କାର୍ଯ୍ୟକ୍ରମରେ ସିଙ୍ଗର ଗୀତ ଗାଉଛି । ବହୁତ ସଂଖ୍ୟାରେ ଲୋକ ଉପସ୍ଥିତ ଅଛନ୍ତି । ଏହି ଲାଇଭ ଶୋ ତାନଜୁଙ୍ଗ ଲେସଙ୍ଗ ବିଚ୍ ରିଜୋର୍ଟରେ ଥିଲା । ହଠାତ୍ ସୁନାମୀ ଆସିଲା ଓ ଅନେକ ଲୋକ ବହିଗଲେ । ରିପୋର୍ଟ ମୁତାବକ, ବ୍ୟାଣ୍ଡର ଗିଟାରିଷ୍ଟ ଓ ମ୍ୟାନେଜରର ମୃତ୍ୟୁ ହୋଇସାରିଛି । ଏବଂ ଅନେକ କ୍ରୁ ମେମ୍ବର ନିଖୋଜ ଅଛନ୍ତି । ବଂଚିଯାଇଥିବା ସିଙ୍ଗର ଭିଡିଓ ସେୟାର କରି ନିଜର ନିଖୋଜ ପତ୍ନୀ ଓ ବ୍ୟାଣ୍ଡ ମେମ୍ବରଙ୍କ ପାଇଁ ପ୍ରାର୍ଥନା କରିବାକୁ କହିଛନ୍ତି ।