ସୁନାମୀ ପୂର୍ବରୁ ମିଳିବ ସୂଚନା! କେତେ ଉଚ୍ଚର ଜୁଆର ଆସିବ ଓ କେଉଁ ସମୟରେ ଉପକୂଳରେ ପହଞ୍ଚିବ ସୁନାମୀ, ଏଣିକି ଏହାର ଟିିକିନିକି ସୂଚନା ପାଇବେ ଲୋକେ

58

ଆଉ ସୁନାମୀରେ ନଷ୍ଟ ହେବନି ଧନ ଜୀବନ । ବନ୍ୟା ଓ ବାତ୍ୟା ଭଳି ସୁନାମୀ ପୂର୍ବରୁ ମଧ୍ୟ ମିଳିବ ସୂଚନା । କେଉଁ ସମୟରେ ସୁନାମୀ ହେବ କେତେ ଫୁଟ ଉଚ୍ଚର ଜୁଆର ଆସିବ ଓ କେତେ ସମୟ ମଧ୍ୟରେ ସମୁଦ୍ରତଟ ନିକଟରେ ସୁନାମୀ ପହଞ୍ଚିବ ତାହାର ପୂର୍ବାନୁମାନ କରିବା ସମ୍ଭବ ହୋଇପାରିବ । ଏହି ପୂର୍ବାନୁମାନ ସୁନାମି ଦ୍ୱାରା ହେଉଥିବା କ୍ଷୟକ୍ଷତିର ପରିମାଣକୁ ହ୍ରାସ କରିବ । ଏନେଇ ନ୍ୟାସନାଲ ସେଣ୍ଟର ଫର ଓସିଏନ ଇନଫରମେସନ ସର୍ଭିସେଜ ଏକ ନୂଆ ମଡ଼େଲ ବିକଶିତ କରିଛି । ଯାହାଦ୍ୱାରା ଭାରତରେ ସୁନାମି ଆସିବା ପୂର୍ବରୁ ସୂଚନା ମିଳିପାରିବ ।

ନ୍ୟାସନାଲ ସେଣ୍ଟର ଫର ଓସିଏନ ଇନଫରମେସନ ସର୍ଭିସେଜ କେନ୍ଦ୍ରର ନିର୍ଦ୍ଦେଶକ ଏସଏସସି ସିନାୟଙ୍କ କହିବା ଅନୁଯାୟୀ, ଏହି ମଡେଲ ଦ୍ୱାରା ସୁନାମୀର ପୂର୍ବାନୁମାନ କରାଯାଇପାରିବ । ସମୁଦ୍ର ପାଣି କେତେ ସମୟ ମଧ୍ୟରେ ଉପୂଳ ଅଞ୍ଚଳରେ ପହଞ୍ଚିବ ତାହାର ସୂଚନା ମଧ୍ୟ ଏହି ମଡ଼େଲରୁ ଜାଣିହେବ । ଏହାଦ୍ୱାରା ସୁନାମୀ ତ୍ୱରିତ ଚେତାବନୀ ପ୍ରଣାଳି ଦ୍ୱାରା ଲୋକମାନଙ୍କୁ ଲେବଲ-୩ର ସର୍ତକ ସୂଚନା ଦିଆଯାଇପାରିବ ।

୨୦୦୪ରେ ଆସିଥିବା ଭୟଙ୍କର ସୁନାମୀ ପରେ ଏହି ମଡ଼େଲର ନିର୍ମାଣ ଆରମ୍ଭ କରାଯାଇଥିଲା । ଲେବଲ-୧ରେ ସୁନାମୀର ତ୍ରୀବତା ବିଷୟରେ ସୂଚନା ଦିଆଯାଉଥିବା ବେଳେ ଲେବଲ-୨ରେ ସମ୍ଭାବିତ ସୁନାମୀ ଓ ଏହାର ଉଚ୍ଚ ଲହରୀ ବିଷୟରେ ସୂଚନା ଦିଆଯାଇଥାଏ ।