ଡିଜିଟାଲ ମାର୍କେଟିଂରେ ମହିଳାଙ୍କୁ ଯୋଡିବାକୁ ଉଦ୍ୟମ : ଭୁବନେଶ୍ୱରରେ ୨୫ହଜାର ଉଦ୍ୟୋଗୀଙ୍କ ପାଇଁ ଆରମ୍ଭ ହେଲା ପ୍ରଶିକ୍ଷଣ ଶିବିର

23

କନକ ବ୍ୟୁରୋ : ଡିଜିଟାଲ ମାର୍କେଟିଂରେ ରାଜ୍ୟର ମହିଳାଙ୍କୁ ଯୋଡିବାକୁ ଉଦ୍ୟମ । ଫେସବୁକର ଏଣିକି ନିଜ ବ୍ୟବସାୟକୁ ବଢାଇବେ ରାଜ୍ୟର ମହିଳା । ଏହି ଲକ୍ଷ୍ୟରେ ଭୁବନେଶ୍ୱରରେ ୨୫ ହଜାର ଉଦ୍ୟୋଗୀଙ୍କ ପାଇଁ ଆରମ୍ଭ ହୋଇଛି ପ୍ରଶିକ୍ଷଣ ଶିବିର । ଏହାଦ୍ୱାରା ଫେସବୁକ ମାଧ୍ୟମରେ ବିଶ୍ୱର ୧୬ଟି ଦେଶରେ ରାଜ୍ୟର ମହିଳାମାନେ ନିଜ ବ୍ୟବସାୟକୁ ପହଂଚାଇପାରିବେ ।

ଭୁବନେଶ୍ୱରରେ ବିଭିନ୍ନ ଏସଏଚଜି ଗ୍ରୁପ ଓ ଏମଏସଏମଇକୁ ଡିଜିଟାଲ ମାର୍କେଟିଂ ଯୋଗାଇବା ଏହି ଶିବିରର ଲକ୍ଷ୍ୟ । ଓଡିଶା ସରକାରଙ୍କ ଦ୍ୱାରା ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଏବଂ ମିଶନ ଶକ୍ତିର ମିଳିତ ସହଯୋଗରେ ଏହି ଶିବିରର ଆୟୋଜନ କରାଯାଇଛି ।