ବାହୁଡା ଯାତ୍ରା ବେଳେ ବ୍ୟାରିକେଡ ଭାଙ୍ଗି ପଶିଲେ ଭକ୍ତ : ବଳଭଦ୍ରଙ୍କୁ ଛୁଇଁବାକୁ ଉଦ୍ୟମ ବେଳେ ୩ ଅଟକ

22

ପୁରୀ ବ୍ୟୁରୋ ,କନକ ନ୍ୟୁଜ୍ : ଆଜି ପବିତ୍ର ବାହୁଡା ଯାତ୍ରା। ଭିଡ ନିୟନ୍ତ୍ରଣ ରୋକିବାରେ ବିଫଳ ହୋଇଛି ପୁଲିସ। ପହଣ୍ଡି ବିଜେ ବେଳେ ବ୍ୟାରିକେଡ ଭାଙ୍ଗି ବଳଭଦ୍ରଙ୍କୁ ଛୁଇଁବାକୁ ଉଦ୍ୟମ କରିିଥିଲେ ଭକ୍ତ। ଶ୍ରୀମନ୍ଦିର ପ୍ରଶାସନ ୩ ଜଣଙ୍କୁ ଅଟକ ରଖିଛି। ପହଣ୍ଡି ବିଜେ ବେଳେ ବଳଭଦ୍ରଙ୍କ ଦର୍ଶନ ଲାଗି ଲକ୍ଷାଧିକ ଭକ୍ତଙ୍କ ଭିଡ ହୋଇଥିବାବେଳେ ଟିକେ ପାଖରୁ ଦେଖିବାକୁ ବ୍ୟାରିକେଡ ଭାଙ୍ଗି ରଥ ନିକଟକୁ ଧସେଇ ପଶିଥିଲେ ଭକ୍ତ। ପରେ ପୋଲିସ ପହଂଚି ଭିଡକୁ ନିୟନ୍ତ୍ରଣ କରିଛି।