କେରଳ ବନ୍ୟାରେ ଫସିରହିଥିବା ହାତୀ ଛୁଆକୁ କାନ୍ଧରେ ବୋହି ଉଦ୍ଧାର କଲେ ଯବାନ ? ଫଟୋ ହେଲା ଭାଇରାଲ, ଜାଣନ୍ତୁ ଏହା ପଛରେ ଥିବା ସତ୍ୟତା ।

85

କେରଳ ବନ୍ୟାରେ ଯବାନମାନେ ଅନେକ ଲୋକଙ୍କୁ ସୁରକ୍ଷିତ ଭାବେ ବଞ୍ଚାଇଥିବା ଘଟଣାତ ଆପଣ ନିଶ୍ଚୟ ଶୁଣିଥିବେ ଏବଂ ଦେଖିଥିବେ । କେବଳ କେରଳ ନୁହେଁ ଅନ୍ୟାନ୍ୟ ଅଞ୍ଚଳ ଗୁଡିକରେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ଅନ୍ୟଙ୍କୁ ବଞ୍ଚାଇଥାନ୍ତି ଯବାନ । କିନ୍ତୁ ଏବେ କେରଳରେ ଯବାନମାନେ ଲୋକମାନଙ୍କୁ ବଞ୍ଚାଇ ସହ ଫସିରହିଥିବା ଏକ ହାତୀ ଛୁଆକୁ ବଞ୍ଚାଇଥିବା ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ।

ହାତୀ ଛୁଆକୁ କାନ୍ଧରେ ନଦି ନେଇଯାଉଥିବା ଏହି ଯବାନଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାକୁ ଲାଗିଛି । ଏହି ଫଟୋରେ ଲୋକମାନେ କେରଳର ବାହୁବଲି କହି ସେସିଆଲ ମିଡିଆରେ ସେୟାର କରୁଛନ୍ତି । ଏହାସହିତ ଏକ ମେସେଜ ମଧ୍ୟ ଭାଇରାଲ ହେବାକୁ ଲାଗିଛି କି, କେରଳ ବନ୍ୟାରେ ଫସିରହିଥିବା ଗୋଟେ ହାତୀ ଛୁଆକୁ ଯବାନ ତାଙ୍କ କାନ୍ଧରେ ବୋହି ଉଦ୍ଧାର କରିଛନ୍ତି । କେବଳ ସେତିକି ନୁହେଁ କେତେକ ମିଡିଆ ହାଉସ ମଧ୍ୟ ଏହି ଫଟୋକୁ ତାଙ୍କ ଖବର କାଗଜରେ ପବ୍ଲିସ କରିଛନ୍ତି । କିନ୍ତ ଏହି ଫଟୋ ପଛରେ ସତ୍ୟତା ଥିଲା ଆଉ କିଛି ।

ସୂଚନା ମୁତାବକ, କେରଳର କୁହାଯାଉଥିବା ଏହି ଫଟୋ ପ୍ରକୃତରେ ୨୦୧୭ ମସିହାରେ ତାମିଲନାଡୁ ଠାରୁ ୫୦ କିଲୋମିଟର ଦୁରରେ ଅବସ୍ଥିତ ଏକ ଅଞ୍ଚଳରେ ହାତୀ ଛୁଆ ତା ମା’ ଠାରୁ ଅଲଗା ହୋଇ ଏକ ଘାଇ ଫସିଯାଇଥିଲା । ସେହି ସମୟରେ ଫରେଷ୍ଟ ଗାର୍ଡ ପଲାନିସାମୀ ସରତକୁମାର ଡ୍ୟୁଟିରେ ଥିଲେ । ତାଙ୍କ ପାଖକୁ ହାତି ଘାଇରେ ଫସିଯାଇଥିବାର ଏକ କଲ ଆସିଥିଲା । ଏହା ପରେ ସରତ କୁମାର ତୁରନ୍ତ ସେଠାରେ ପହଞ୍ଚି ହାତୀ ଛୁଆକୁ କାନ୍ଧରେ ନଦି ଉଦ୍ଧାର କରିବା ସହ ଛୁଆକୁ ପୂନର୍ବାର ତା ମା’ ପାଖରେ ଜଙ୍ଗଲ ମଧ୍ୟରେ ଛାଡିଦେଇଥିଲେ । କିନ୍ତୁ ଲୋକମାନେ ଏହି ଫଟୋର ସତ୍ୟତା ନଜାଣି ଏହାକୁ ସୋସିଆଲ ମିଡିଆରେ ସେୟାର କରିବାକୁ ଲାଗିଥିଲେ ।