ହତ୍ୟାର ଲୋମଟାଙ୍କୁରା କାହାଣୀ ! କୋଇଡା ଗଣହତ୍ୟାର ସତ ବଖାଣିଲା ଅଭିଯୁକ୍ତ ।

277

କନକ ବ୍ୟୁରୋ : ସାମନାକୁ ଆସିଲା କୋଇଡା ଗଣହତ୍ୟାର ସତ । କେମିତି ହୋଇଥିଲା ହତ୍ୟାର ଷଡଯନ୍ତ୍ର ? ହତ୍ୟାର ସେହି ଲୋମଟାଙ୍କୁରା କାହାଣୀ ନିଜେ ବଖାଣିଛି ଅଭିଯୁକ୍ତ । ଗୁଣି କରିଥିବା ସନ୍ଦେହ କରି ହତ୍ୟାକାଣ୍ଡର ଷଡଯନ୍ତ୍ର ରଚାଯାଇଥିବା ଜଣାପଡିଛି । ପୋଲିସ ଏହି ଘଟଣାରେ ୬ ଜଣ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରିଛି ।

ଶନିବାର ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କୁ ରାତିରେ ହତ୍ୟା କରିବା ପରେ କୂଅରେ ଫିଙ୍ଗିଦିଆ ଯାଇଥିଲା । ପୋଲିସ ସାଇଂଟିଫିକ୍ ଟିମ୍ ସହ ପହଂଚି ଛାନଭିନ କରିବା ସମୟରେ କୂଅ ଭିତରୁ ସମସ୍ତ ମୃତଦେହ ମିଳିଥିଲା । ହତ୍ୟାକାରୀ ପାଖରେ ପହଂଚିବା ପାଇଁ ତନାଘନା ଚଳାଇଥିଲା ପୋଲିସ । ଶେଷରେ ପୋଲିସ ଆଗରେ ଅଭିଯୁକ୍ତ ହତ୍ୟା ଷଡଯନ୍ତ୍ରର ପୁରା କାହାଣୀ ବଖାଣିଥିଲା । ଗୁଣି ଗାରେଡି ସନ୍ଦେହରେ ସେ ଏହି ହତ୍ୟାକାଣ୍ଡ ଭିଆଇଥିବା ପୋଲିସ ଆଗରେ କହିଥିଲା । ତେବେ ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା ।

ଏହା ଏମିତି ଏକ ହତ୍ୟାକାଣ୍ଡ ଯାହା ଶୁଣିଲେ ଆପଣଙ୍କ ଛାତି ଥରିଉଠିବ । କୋଇଡା ଥାନା ଅନ୍ତର୍ଗତ ଇଙ୍ଗ ଇନ୍ଦୁପୁର କନ୍ଦା ସାହିରେ ଗୋଟିଏ ପରିବାରର ୫ଜଣଙ୍କୁ ଅତି ଜଘନ୍ୟ ଭାବେ ହତ୍ୟା କରାଯାଇଥିଲା । ୫ ମୃତକଙ୍କ ମଧ୍ୟରେ ଅଛନ୍ତି ୧୦ବର୍ଷରୁ କମ ୪ଶିଶୁ । ମୃତକମାନେ ହେଲେ ୩୦ ବର୍ଷୀୟ କୁନି ମୁଣ୍ଡା, ତାଙ୍କର ୧୦ ବର୍ଷିୟ ଝିଅ ମାର ମୁଣ୍ଡା, ୯ବର୍ଷର ପୁଅ ଟେକଲେ ମୁଣ୍ଡା, ୪ ବର୍ଷର ପୁଅ ଚାମରା ମୁଣ୍ଡା ଓ ୧ ବର୍ଷର ଝିଅ । ତେବେ ହତ୍ୟାକାଣ୍ଡ ନେଇ ଅଭିଯୁକ୍ତ ସତ ମାନିବା ପରେ ଗୁଣି ପାଇଁ ଏହି ଗଣହତ୍ୟା ହୋଇଥିବା ଜଣାପଡିଛି ।