ଫେସବୁକରେ ଡ୍ୟୁଏନ ଜନସନଙ୍କର ଡଲାର ବାଣ୍ଟିବା ଖବର ! ସତ ନା ଗୁଜବ ।

53

ସୋସିଆଲ୍ ମିଡିଆରେ ଜନତାଙ୍କୁ ବୋକା ବନାଇବାର ପ୍ରୟାସ କେବଳ ଭାରତରେ ଯେ ସୀମିତ ତାହା ନୁହେଁ । ବିଦେଶରେ ମଧ୍ୟ ସୋସିଆଲ୍ ମିଡିଆର ସହାୟତାରେ ଲୋକଙ୍କୁ ବୋକା ବନାଇ ଦିଆଯାଉଛି । ତେବେ ବର୍ତ୍ତମାନ ବିଭିନ୍ନ ସୋସିଆଲ୍ ସାଇଟରେ ଡ୍ୟୁଏନ ଜନସନ୍ “ଦ ରକ୍”ଙ୍କ ନାଁ କୁ ବ୍ୟବହାର କରାଯାଇ ଲୋକଙ୍କୁ ବୋକା ବନାଯାଉଛି । ଡ୍ୟୁଏନ ଜନସନ୍ ପ୍ରଥମେ ଡବ୍ଲୁ ଡବୁ୍ଲ ଇ ରେ ବକ୍ସର ଥିବାବେଳେ କିଛି ସମୟ ପୂର୍ବରୁ ସେ ହଲିଉଡରେ ଅଭିନୟ କରିବା ଆରମ୍ଭ କରିଦେଇଛନ୍ତି । ତେବେ ଏହି ଲୋକପ୍ରିୟ ବ୍ୟକ୍ତି ଏବେ ସୋସିଆଲ୍ ସେନସେସନ୍ ପାଲଟିଛନ୍ତି ।

ପ୍ରକୃତ କଥା ହେଉଛି ଡ୍ୟୁଏନ ଜନସନଙ୍କ ନାମରେ ଅନେକଗୁଡିଏ ଫେକ୍ ଆକାଉଣ୍ଟ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ପ୍ରତିଦିନ ତାଙ୍କର ଅନେକଗୁଡିଏ ଫଟୋ ଏବଂ ଭିଡିଓ ଅପଲୋଡ୍ ହେଉଛି । ଯାହାକୁ ଲୋକମାନେ ସତ ଭାବି ଲାଇକ୍,କମେଣ୍ଟ ଏବଂ ସେୟାର୍ ମଧ୍ୟ କରୁଛନ୍ତି । ତେବେ ଆପଣ ଏବେବି ଯଦି ଦ୍ୱନ୍ଦରେ ଅଛନ୍ତି ତେବେ ଆମେ ଆପଣଙ୍କ ଦ୍ୱନ୍ଦକୁ ଦୂର କରିବାକୁ ଚେଷ୍ଟା କରିବୁ ।

ଡ୍ୟୁଏନ ଜନସନଙ୍କ ନାଁ ର ଫେକ୍ ଆଇଡି ସେତେବେଳେ ଜଣାପଡିଥିଲା ଯେତେବେଳେ ଏହି ଆଇଡିରେ ଥିବା ଡ୍ୟୁଏନ ଜନସନଙ୍କ ସ୍ୱେଲିଙ୍ଗ୍ ସହ ଫେକ୍ ଆଇଡି ସ୍ପେଲିଙ୍ଗ୍ ମ୍ୟାଚ୍ କରିନଥିଲା ଏବଂ ୟୁଜର ନାଁକୁ ଯଦି ଲକ୍ଷ୍ୟ କରିବେ ତାହେଲେ ଜାଣିପାରିବେ ଆଇଡିରେ ଅଦିତ୍ ସୋବରୀ ନାଁ ଲେଖାଥିବ । ଏହାକୁ ଦେଖିଲା ପରେ ଯେ କେହିବି ଏହାକୁ ଫେକ୍ ଆଇଡି ବୋଲି ହିଁ ଭାବିବ ।

ଅନ୍ୟ ଏକ ଆଇଡି ମଧ୍ୟ ଡ୍ୟୁଏନ ଜେ ନାଁରେ ଅଛି । ଏହି ଆଇଡିକୁ ମଧ୍ୟ ପୂର୍ବ ଆଇଡି ଭଳି ବ୍ୟବହାର କରାଯାଉଛି । ତେବେ ଏହି ଆଇଡି ଏବେ ଏକ ଅପପ୍ରଚାର କରୁଛି । ଯେଉଁଥିରେ ଡ୍ୟୁଏନ କୋଟି କୋଟି ଡଲାର ବାଣ୍ଟିବାର ଖବର ଭାଇରାଲ୍ କରାଯାଉଛି । ତେବେ ଏଠାରେ ମଧ୍ୟ ୟୁଜର ନାଁ ଆଗରେ ମହମ୍ମଦ ଜୋନେଟର ନାଁ ଦେଖାଯାଏ ।

ବର୍ତ୍ତମାନ ଆସନ୍ତୁ ବାସ୍ତବ ଡ୍ୟୁଏନ ଜନସନ୍ ତଥା ଦ ରକଙ୍କର ଓରିଜିନାଲ୍ ଆଇଡି ଉପରେ ନଜର ପକାଇବା । ଏହି ଆଇଡିରେ କେବଳ ତାଙ୍କର ମଉଜ ସମୟର ଫଟୋ ଦେଖିବାକୁ ମିଳିବ । ଏହି ଆଇଡିରେ ଡଲାର ଅଫର୍ କରୁଥିବାର ସେ ନଜର ଆସିବେ ନାହିଁ । ତେବେ ଏହି ଭାଇରାଲ୍ ଭିଡିଓ ଏବଂ ଫଟୋ ଯେ ସବୁ ଗୁଜବ ଏହା ଆପଣ ଏହି ଖବରରୁ ହିଁ ଜାଣିପାରୁଥିବେ ।