ଏବେ ବି ଗୁଣି ଗାରେଡିରେ ରହିଛି ଲୋକଙ୍କ ବିଶ୍ୱାସ : ନଜରକୁ ଆସିଲା ବୌଦ୍ଧ ଜିଲ୍ଲାର ଅଭାବନୀୟ ଘଟଣା

38

ବୌଦ୍ଧ : କଦଳି ପତ୍ର ଉପରେ ମୃତ ଶିଶୁକୁ ରଖି ବାରମ୍ବାର ମୃତ ଶିଶୁ ଦେହରେ ହଳଦୀ ପାଣି ଛିଂଚି ଜୀବନ୍ୟାସ ଦେବାକୁ ଉଦ୍ୟମ କରୁଛି ଗୁଣିଆ । ମନ୍ତ୍ର ପଢି ଶିଶୁକୁ ଝଡା ଫୁଙ୍କା କରୁଛି । ୬ ବର୍ଷର ମୃତ ଶିଶୁକୁ ପୁଣି ବଂଚାଇବାକୁ ଚାଲିଛି ଗୁଣି ଗାରେଡି । ଏହିି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲୋଇଗାଁରେ ।

ଏବେ ବି ଲୋକଙ୍କ ମନରେ ବସା ବାନ୍ଧିଛି ଅନ୍ଧବିଶ୍ୱାସ । ଲୋଇଗାଁର ଶ୍ରୀରାମ ମୁଣ୍ଡିଆଙ୍କ ୬ବର୍ଷର ଶିଶୁ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ଆଖି ବୁଜିଥିଲେ । ହେଲେ ପରିବାର ଲୋକେ ଶିଶୁ ବଂଚିଥିବା ଦାବିରେ ଗୁଣିଆର ସହାୟତ ନେଇଛନ୍ତି । ଗୁଣିଆ ମଧ୍ୟ ପରିବାର ଲୋକଙ୍କୁ ଆଶ୍ୱାସନା ଦେଇ ଶିଶୁଟିକୁ ବଂଚାଇବାକୁ ପୂଜାର୍ଚ୍ଚନା ଜାରି ରଖିଛି ।