ପାକିସ୍ତାନକୁ ଆମେରିକାର ଚେତାବନୀ ! ଆତଙ୍କବାଦ ପ୍ରସଙ୍ଗରେ ପାକର ଦୋମୁହାଁ ନୀତିକୁ ଟ୍ରମ୍ପ ସରକାରଙ୍କ ଭର୍ସନା

28

କନକ ବ୍ୟୁରୋ : ପାକିସ୍ତାନକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ । ଆତଙ୍କବାଦ ବିରୋଧୀ ଲଢ଼େଇରେ ପାକିସ୍ତାନର ଦୋମୁହାଁ ନୀତିକୁ ଆମେରିକା ସମାଲୋଚନା କରିଛି । ପାକିସ୍ତାନର ଏହି ଦୋମୁହାଁ ନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି ଆମେରିକା ପକ୍ଷରୁ କୁହାଯାଇଛି । ଆତଙ୍କବାଦୀ ନିପାତ କରିବାରେ ପାକିସ୍ତାନ କି ପଦେକ୍ଷପ ନେଉଛି, ତାର ପ୍ରମାଣ ଉପସ୍ଥାପନ କରିବାକୁ ହେବ ବୋଲି ଆମେରିକା କହିଛି । ଆତଙ୍କବାଦୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ପାକିସ୍ତାନକୁ କ୍ଷତି ସହିବାକୁ ପଡ଼ିବ ବୋଲି କୁହାଯାଇଛି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ବାର୍ତ୍ତାକୁ ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଆନୁଷ୍ଠାନିକ ଭାବରେ ପାକିସ୍ତାନକୁ ଏହା ଶୁଣାଇ ଦେଇଛନ୍ତି ।

ଆମେରିକାର ଏହି ଚେତାବନୀ ପାକିସ୍ତାନକୁ ଅଡୁଆରେ ପକାଇ ଦେଇଛି । ପାକିସ୍ତାନ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ତାଲିବାନ, ହକ୍କାନି ନେଟୱର୍କ ଏବଂ ଅନ୍ୟ ଆତଙ୍କବାଦୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ପାକିସ୍ତାନକୁ ବଡ ଧରଣର କ୍ଷତିର ସମ୍ମୁଖିନ ହେବାକୁ ପଡିବ ବୋଲି ଟ୍ରମ୍ପ ଚେତାଇ ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ନିଜେ ପାକ୍ ବିରୋଧରେ ଏହି କଡା ଚେତାବନୀ ଦେବାପରେ ପାକ୍ ସରକାରଙ୍କ ଅଡୁଆ ବଢିଯାଇଛି । ଆଫଗାନ ଆତଙ୍କବାଦୀଙ୍କୁ ସୁରକ୍ଷା ଦେବା ଏବଂ ଅସ୍ତ୍ରଶସ୍ତ୍ର ଉପଲବ୍ଧ କରାଇବା ମାମଲାରେ ଏବେ ଆମେରିକା ପାକିସ୍ତାନ ବିରୋଧରେ ତାର ଆଭିମୁଖ୍ୟକୁ କଠୋର କରିଛି ।