ପ୍ରଟୋକଲ ଭାଙ୍ଗି ବିମାନବନ୍ଦରରେ ଟ୍ରମ୍ପଙ୍କୁ କୋଳେଇ ନେଲେ ମୋଦି : ସାବରମତୀ ଆଶ୍ରମରେ ଚରଖା ଚଳାଇିଲେ ଟ୍ରମ୍ପ ଦମ୍ପତି, ମୋଟେରା ଷ୍ଟାଡିୟମରେ ଭାଷଣ ଦେବାପରେ ପ୍ରେମର ପ୍ରତୀକ ତାଜମହଲ ବୁଲିଲେ

345

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତିଙ୍କୁ ଭାରତର ଭବ୍ୟ ସ୍ୱାଗତ ଭିତରେ ସାମ୍ନାକୁ ଆସିଛି ଦୁଇ ରାଷ୍ଟ୍ର ନେତାଙ୍କର ରୋଚକ ଚିତ୍ର । ଆମେରିକା ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭବ୍ୟ ଆୟୋଜନ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉତ୍କଣ୍ଠା ବି ବାରି ହୋଇପଡିଥିଲା । ଭାରତରେ ପହଞ୍ଚିବା ଠାରୁ ଆରମ୍ଭ କରି ପୁରା ଗସ୍ତ ଭିିତରେ ସାମ୍ନାକୁ ଆସିଛି ଏଭଳି କିଛି ନିଆରା ଚିତ୍ର ।

ଅହମଦାବାଦ ବିମାନବନ୍ଦରରେ ବିମାନରୁ ଓହ୍ଲାଇବା ବେଳେ ଆମେରିକା ରାଷ୍ଟ୍ରପତିଙ୍କ ଏହି ଅଙ୍ଗଭଙ୍ଗୀ ହିଁ ବୟାନ କରୁଥିଲା ଯେ ମୋଦିଙ୍କୁ ଦେଖି କେତେ ଉତ୍ସାହିତ ଡୋନାଲଡ ଟ୍ରମ୍ପ । ଆଉ ରେଡ କାର୍ପେଟରେ ପହଞ୍ଚିବା ପରେ କରମର୍ଦ୍ଦନ କରି ଆମେରିକା ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ସହ ଆମେରିକାର ପ୍ରଥମ ମହିଳା ମେଲେନିଆ ଟ୍ରମ୍ପ ବି ଏକ ଭାବ ବିହ୍ୱଳ ମୂହୁର୍ତ୍ତରେ ନଜର ଆସିଛନ୍ତି । ଯେତେବେଳେ ଆଗେ ଆଗେ ଯାଉଥିଲେ ଡୋନାଲଡ ଟ୍ରମ୍ପ ଓ ପଛରେ ମୋଦି ଓ ମେଲେନିଆ କଥାବାର୍ତ୍ତା ହୋଇ କାର ଆଡକୁ ବଢୁଥିଲେ ।

ବିଶ୍ୱର ସର୍ବପୁରାତନ ଗଣତନ୍ତ୍ରର ମୁଖ୍ୟ, ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ଇତିହାସ ଓ ପରମ୍ପରାକୁ ଅତି ପାଖରୁ ପରଖିବାର ଚିତ୍ର ବି ବେଶ ନିଆରା ଥିଲା । ସାବରମତୀ ଆଶ୍ରମରେ ଗାନ୍ଧୀଙ୍କ ଚରଖାରେ ସୂତା ବୁଣିବାର ଅଭିଜ୍ଞତାକୁ ସାଉଁଟିଛନ୍ତି ଡୋନାଲଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲେନିଆ ଟ୍ରମ୍ପ । ଏସବୁ ଭିତରେ ଟ୍ରମ୍ପ ଦମ୍ପତ୍ତି ଗାନ୍ଧୀଙ୍କ ତିନି ମାଙ୍କଡ ଦେଖିବାର ଦୃଶ୍ୟ ବି ସାମ୍ନାକୁ ଆସିଥିଲା । ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାପୁଙ୍କ ତିନି ମାଙ୍କଡ ଥିଓରୀ ନେଇ ଆମେରିକା ରାଷ୍ଟ୍ରପତିଙ୍କୁ ଅବଗତ କରିଥିଲେ ।

ଆମେରିକା ରାଷ୍ଟ୍ରପତିଙ୍କ ଗସ୍ତ ଭିତରେ ଆଉ ଏକ ରୋଚକ ଚିତ୍ର ଥିଲା ଟ୍ରମ୍ପଙ୍କର ହିନ୍ଦୀ ଟ୍ୱିଟ । ଯେଉଁଥିରେ ଆମେରିକା ରାଷ୍ଟ୍ରପତି ଭାରତ ଗସ୍ତକୁ ନେଇ ନିଜର ଉତ୍କଣ୍ଠାକୁ ଜାହିର କରିଛନ୍ତି । ଯାହାର ପ୍ରତି ଉତ୍ତରରେ ମୋଦି ଲେଖିଛନ୍ତି ଅତିଥି ଦେବୋଭବ ।

ପିଟିସି-ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭେଟଘାଟ ବେଳେ ବିଭିନ୍ନ ସମୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଓ ବ୍ୟକ୍ତିଗତ ଭାବ ବିହ୍ୱଳତା ସାମ୍ନାକୁ ଆସିଛି । ଆଉ ଟ୍ରମ୍ପଙ୍କ ପ୍ରଥମ ଭାରତ ଗସ୍ତରେ ଦୁଇ ନେିାଙ୍କ ହାବଭାବ ସ୍ପଷ୍ଟ କରୁଛି ଯେ ଦିନକୁ ଦିନ ଏହି ସମ୍ପର୍କ ଆହୁରି ମଜବୁତ ହୋଇଛି ।

ଆମେରିକା ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ବେଳେ ମୋଦି ଓ ଟ୍ରମ୍ପଙ୍କ ହାବଭାବ କେବଳ ରୋଚକ ଚିତ୍ର ସାମ୍ନାକୁ ଆଣିନାହିଁ ବରଂ ବ୍ୟକ୍ତଗତ ସମ୍ପର୍କକୁ ନେଇ ବୈଦେଶିକ ସମ୍ପର୍କକୁ ଆହୁରି ମଜବୁତ କରିବାର ସମ୍ଭାବନା ସୃଷ୍ଟି କରିଛି ।