ଭାରତ-ଆମେରିକା ଦ୍ୱି-ପାକ୍ଷିକ କଥାବାର୍ତ୍ତା ପୂର୍ବରୁ ନୂଆଦିଲ୍ଲୀକୁ ଟାର୍ଗେଟ କଲେ ଟ୍ରମ୍ପ : କହିଲେ, ଆମେରିକୀୟ ଦ୍ରବ୍ୟର ଆମଦାନୀ ଉପରେ ଶତପ୍ରତିଶତ ଟାକ୍ସ ଲାଗୁ କରୁଛି ଭାରତ

40

କନକ ବ୍ୟୁରୋ : ଆମେରିକୀୟ ଦ୍ରବ୍ୟର ଆମଦାନୀ ଉପରେ ନୂଆଦିଲ୍ଲୀ ଶତପ୍ରତିଶତ ଟାକ୍ସ ଲାଗୁ କରୁଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଅଭିଯୋଗ ଆଣିଛନ୍ତି । ଭାରତ ଟାକ୍ସ ନଲାଗୁ କରୁ ବୋଲି ଆମେରିକା ଚାହୁଁଥିବା ଟ୍ରମ୍ଫ କହିଛନ୍ତି । ଚୀନ, ୟୁରୋପୀୟ ଦେଶ ସମୂହ, ଭାରତ ସହ ଆମେରିକାର ବ୍ୟବସାୟରେ ଭାରସାମ୍ୟ ରହୁନଥିବା ପରିପେକ୍ଷୀରେ ଏହି ଯୁକ୍ତି ବାଢିଛନ୍ତି ଟ୍ରମ୍ଫ । ଆମେରିକା କଣ କରିବାକୁ ଚାହିଁଛି ଏବଂ ଆମେରିକା କଣ ଅଫର ରଖୁଛି ତାହା ଜି ସେଭେନ ସମିଟ୍ରେ ଜଣାଇଦିଆଯାଇଛି ବୋଲି ଟ୍ରମ୍ଫ କହିଛନ୍ତି । ତେଣୁ ସମସ୍ତ ଟାକ୍ସ ଏବଂ ପ୍ରତିବନ୍ଧକ ହଟାଇବା ପାଇଁ କହିଛନ୍ତି ଟ୍ରମ୍ଫ । ଟାକ୍ସ ପ୍ରସଙ୍ଗରେ ଅନ୍ୟ ଦେଶ ଗୁଡିକ ଆମେରିକା ସହ ଆଲୋଚନା ଜାରି ରଖିଛନ୍ତି ।

ଆସନ୍ତା ସପ୍ତାହରେ ଭାରତ ଓ ଆମେରିକା ମଧ୍ୟରେ ପ୍ରଥମ ଟୁ ପ୍ଲସ ଟୁ ଆଲୋଚନା ହେବାର ଅଛି । ଏହି ବୈଠକ ପୂର୍ବରୁ ଟ୍ରମ୍ଫଙ୍କ ଏପରି ଅଭିଯୋଗ ବେଶ ଗୁରୁତ୍ୱ ବହନ କରୁଛି । ଏହି ବୈଠକରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିର୍ମାଳା ସିତାରମଣ ଆମେରିକାର ସେକ୍ରେଟାରୀ ଅଫ ଷ୍ଟେଟ ମାଇକ ପମ୍ପେଓ, ପ୍ରତିରକ୍ଷା ସଚିବ ଜେମ୍ସ ମ୍ୟାଟିସଙ୍କ ସହ ଆଲୋଚନା କରିବେ । ଭାରତ ଓ ଆମରିକା ମଧ୍ୟରେ ଚାଲିଥିବା ବାଣିଜ୍ୟିକ ସମ୍ପର୍କରେ ଏହି ଶତପ୍ରତିଶତ ଟାକ୍ସ ଲାଗୁ ଦ୍ୱାରା ପ୍ରତିବନ୍ଧକ ସୃଷ୍ଟି ହୋଇଛି ବୋଲି ହ୍ୱାଇଟ ହାଉସରେ ସାମ୍ବାଦିକମାନଙ୍କୁ କହିଛନ୍ତି ।