କାଶ୍ମୀର ମାମଲାରେ ପୁଣି ମୁଣ୍ଡ ପୁରାଇଲେ ଟ୍ରମ୍ପ । କହିଲେ ,ମୋଦିଙ୍କ ସହ କରିବି ଆଲୋଚନା, ଦୁଇ ପରମାଣୁ ଶକ୍ତି ସଂପନ୍ନ ରାଷ୍ଟ୍ର ମଧ୍ୟରେ ବିବାଦ ତୁଟିଯିବା ଦରକାର

କାଶ୍ମୀର ମାମଲାରେ ପୁଣି ଥରେ ମୁଣ୍ଡ ପୁରେଇଲା ଆମେରିକା

609

କନକ ବ୍ୟୁରୋ : କାଶ୍ମୀର ମାମଲାରେ ପୁଣି ଥରେ ମୁଣ୍ଡ ପୁରେଇଲା ଆମେରିକା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଭାରତ ପ୍ରଧାନମନ୍ତ୍ରୀ ମୋଦି ଟେଲିଫୋନ୍ ଯୋଗେ କଥା ହେବା ପରେ , ପାକିସ୍ତାନକୁ କଡା ଭାଷାରେ ତାଗିଦ୍ କରିଥିଲେ ଟ୍ରମ୍ପ । କାଶ୍ମୀର ଘାଟିରେ ଅଶାନ୍ତି ନଖେଳାଇବା  ଏବଂ ଭାରତ ବିରୋଧୀ କାର୍ଯ୍ୟରୁ ବିରତ ରହିବାକୁ ଇମ୍ରାନଙ୍କୁ ସିଧାସଳଖ କହିଥିଲେ ଟ୍ରମ୍ପ । ତେବେ ଏହାର ୨୪ ଘଂଟା ମଧ୍ୟରେ ପୁଣି ଥରେ ନିଜର ମନ ବଦଳାଇଛି ଆମେରିକା । କାଶ୍ମୀରରୁ ଧାରା ୩୭୦ ଉଛେଦକୁ ଭାରତର ଅଭ୍ୟନ୍ତରୀଣ ବ୍ୟାପାର କହୁଥିବା ଆମେରିକା , ଏହି ମାମଲାରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ରଖିଛନ୍ତି ଟ୍ରମ୍ପ ।

https://hindi.indiatvnews.com

ଦୁଇ ଦେଶ ମଧ୍ୟରେ ଆଲୋଚନା ଜରିଆରେ ସମସ୍ୟାର ସମାଧାନ କରିବାକୁ ପରାମର୍ଶ ଦେଇଛି ହ୍ୱାଇଟ୍ ହାଉସ୍ । ଦୁଇଟି ପରମାଣୁ ଶକ୍ତି ସଂପନ୍ନ ରାଷ୍ଟ୍ର ମଧ୍ୟରେ ବିବାଦ ଅଧିକ ଦିନ ଚାଲିବା ଠିକ ନୁହଁ । ଜାମ୍ମୁକାଶ୍ମୀର ପ୍ରସଙ୍ଗ ଏକ ଜଟିଳ ମୁଦ୍ଦା । ତେବେ ଆଲୋଚନା ଜରିଆରେ ଏହାର ସମାଧାନ ହେବା ଦରକାର । ପୂର୍ବରୁ ପ୍ରଥମେ କାଶ୍ମୀର ମାମଲାକୁ ନେଇ ମଧ୍ୟସ୍ଥତା କରିବାକୁ ନିଜ ଆଡୁ ପ୍ରସ୍ତାବ ରଖିଥିଲେ । କହିଥିଲେ ଭାରତ ଚାହିଁଲେ ସେ ଏଥିରେ ମଧ୍ୟସ୍ଥତା କରିବେ । ତେବେ ଭାରତ ଏନେଇ କଡା ପ୍ରତିକ୍ରିୟା ପ୍ରକାଶ କରିବା ପରେ , ଟ୍ରମ୍ପ ନିଜର କଥା ବଦଳାଇଥିଲେ ।

କାଶ୍ମୀର ମାମଲାକୁ ଅଭ୍ୟନ୍ତରୀଣ ବ୍ୟାପାର କହି ହାତ ଝାଡି ଦେଇଥିଲା ଆମେରିକା । ଏବେ ପୁଣି ଥରେ ଆମେରିକ ଏଥିରେ ମୁଣ୍ଡ ଖେଳାଇଛି । ଜାମ୍ମୁକାଶ୍ମୀର ମାମଲାକୁ ନେଇ ବିଶ୍ୱର ପ୍ରମୁଖ ରାଷ୍ଟ୍ର ପାକିସ୍ତାନକୁ ନିରାଶ କରିଥିବା ବେଳେ କେବଳ ଚୀନ୍ ହିଁ ଜାତିସଂଘର ସୁରକ୍ଷା ପରିଷଦରେ ମାମଲାକୁ ଉଠାଇବାକୁ ସହାୟତା କରି ନିରାଶ ହୋଇଥିଲା । ଭାରତ ଏହାକୁ ଦ୍ୱିପାକ୍ଷିକ ମାମଲା କହିବା ସହ ତୃତୀୟ ପକ୍ଷର ଆବଶ୍ୟକତା ନାହିଁ ବୋଲି ଆଗରୁ ସ୍ପଷ୍ଟ କରିସାରିଛି ।