ଟ୍ରମ୍ପ ପ୍ରସ୍ତୁତ କରିବେ ‘ସ୍ପେଶ ଫୋର୍ସ’ ! ମହାକାଶରେ ଆଧିପତ୍ୟ ଦେଖାଇବାକୁ ପ୍ରସ୍ତୁତ ହେଉଛି ଆମେରିକା

32

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିରକ୍ଷା ମନ୍ତ୍ରାଳୟକୁ ଆମେରିକୀୟ ସ୍ପେଶ ଫୋର୍ସ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ହେଲେ ଏହା ଆମେରିକା ସେନାର ୬ଷ୍ଠ ଶାଖା ହେବ । ସବୁଠୁ ବଡ଼ କଥା ହେଲା, ଏହି ସ୍ପେର୍ଶ ଫୋର୍ସ ମହାକାଶରେ ଆମେରିକାର ଦବଦବାକୁ ସୁନିଶ୍ଚିତ କରିବ । ଟ୍ରମ୍ପ କହିଛନ୍ତି, ମୁଁ ପ୍ରତିରକ୍ଷା ବିଭାଗ ଓ ପେଣ୍ଟାଗନକୁ ସେନାର ଷଷ୍ଠ ଶାଖା ଖୋଲିବା ସ୍ପରୂପ ସ୍ପେଶ ଫୋର୍ସକୁ ପ୍ରସ୍ତୁତ କରିବାକୁ ଆବଶ୍ୟକ ପକ୍ରିୟା ତୁରନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛି ।

ଟ୍ରମ୍ପ କହିବା ଅନୁଯାୟୀ, ଆମେରିକା ପାଖରେ ବାୟୁ ସେନା ରହିଛି । କିନ୍ତୁ ସ୍ପେଶ ଫୋର୍ସ ଗଢ଼ିବା ପାଇଁ ଏବେ ଆମେ ଆଗକୁ ବଢ଼ୁଛୁ ।ଏହାଛଡ଼ା ଦେଶର ସୁରକ୍ଷାକୁ ଦେଖିଲେ ମହାକାଶରେ ଆମେରିକାର ଉପସ୍ଥିତି ଯଥେଷ୍ଟ ନୁହେଁ । ମହାକାଶରେ ମଧ୍ୟ ଆମେରିକାର ଦବଦବା ରହିବା ଉଚିତ । ତେବେ ସ୍ପେଶ ଫୋର୍ସର ଭୂମିକା କଣ ରହିବ ସେନେଇ ବିସ୍ତୃତ ତଥ୍ୟ ଏଯାଏଁ ପଦାକୁ ଆସିନାହିଁ ।

ନ୍ୟାସନାଲ ସ୍ପେଶ କାଉନସିଲର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଟମ୍ପ ଏଭଳି ଘୋଷଣା କରିଛନ୍ତି । ତାଙ୍କ କହିବା ଅନୁଯାୟୀ, ଏହା କେବଳ ରୋଜଗାର ଦୃଷ୍ଟିକୋଣରୁ ନୁହେଁ ବରଂ ଅନ୍ୟ କାର୍ଯ୍ୟ ପାଇଁ ମଧ୍ୟ ବେଶ ଦରକାରୀ । ଏହା ଆମେରିକାବାସୀଙ୍କ ମନୋବଳକୁ ଆହୁରି ବୃଦ୍ଧି କରିବାରେ ସହାୟକ ହେବ । ଏହାପୂର୍ବରୁ ମଧ୍ୟ ଟ୍ରମ୍ପ ମହାକାଶ ପାଇଁ ସେନାବାହିନୀ ଗଠନ କରିବାକୁ ଯୋଜନା କରିଥିଲେ । ଯାହା ଏବେ ସାକାର ହେବାକୁ ଯାଉଛି । କୁହାଯାଉଛି, ଏହି ସ୍ପେଶାଲ ଫୋର୍ସ ସ୍ପେଶ ୱାର ସହ ମହାକାଶରେ ଲଢ଼ାଯିବାକୁ ଥିବା କୌଣସି ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବେ । ରିପୋର୍ଟ ମୁତାବିକ, ଆମେରିକା ବାୟୁସେନାର ଶାଖା ସ୍ୱରୂପ ୟୁଏସ ସ୍ପେଶ କମାଣ୍ଡ ନିକଟରେ ସ୍ପେଶ ଅପରେସନର ପୂରା ନିୟନ୍ତ୍ରଣ ରହିବ ।