ବଢ଼ିବ ଆମେରିକାର ପ୍ରତିରକ୍ଷା ଖର୍ଚ୍ଚ : ୧୦ପ୍ରତିଶତ ବଢ଼ାଇବାକୁ ପ୍ରସ୍ତାବ ଦେଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

26

କନକ ବ୍ୟୁରୋ : ବୃଦ୍ଧି ପାଇବ ଆମେରିକାର ପ୍ରତିରକ୍ଷା ଖର୍ଚ୍ଚ । ଆମେରିକାର ପ୍ରତିରକ୍ଷା ଖର୍ଚ୍ଚ ୧୦ପ୍ରତିଶତ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକାର ପ୍ରତିରକ୍ଷାକୁ ଆହୁରି ଶକ୍ତିଶାଳି କରିବା ପାଇଁ ଡୋନାଲ୍ଡ ଏହି ପ୍ରସ୍ତାବ ଦେଇଛନ୍ତି । ଏବେ ୟୁଏସର ବାର୍ଷିକ ପ୍ରତିରକ୍ଷା ବଜେଟ୍ ୬୦୦ଡଲାର ବିଲିୟନ ରହିଛି । ଯାହାକି ମିଳିତ ଭାବେ ଚାଇନା, ଭାରତ, ୟୁନାଇଟେଡ୍ କିଙ୍ଗଡମ୍, ଜାପାନ, ଫ୍ରାନ୍ସ,ସାଉଦି ଆରବ୍ ଓ ଋଷର ବାର୍ଷିକ ପ୍ରତିରକ୍ଷା ବଜେଟଠାରୁ ଅଧିକ ।

ପ୍ରସ୍ତାବ ଅନୁଯାୟୀ ଏହାର ପରିମାଣ ୫୪ବିଲିୟନ ଡଲାର ବୃଦ୍ଦି କରାଯିବ ।ଯାହାକି ଭାରତର ସମୁଦାୟ ପ୍ରତିରକ୍ଷା ବଜେଟ୍ ଠାରୁ ଅଧିକ । ତେବେ ଏହି ବଜେଟ ବୃଦ୍ଧି ପାଇଁ ଆମେରିକା ବିଭିନ୍ନ ଦେଶକୁ ଯୋଗାଉଥିବା ବୈଦେଶିକ ସହାୟତା କାଟ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ଟ୍ରମ୍ପ । ଗତକାଲି ହ୍ୱାଇଟ୍ ହାଉସରେ ଏକ ବାର୍ତାରେ ଟ୍ରମ୍ପ କହିଛନ୍ତି ତାଙ୍କ ବଜେଟ୍ ଆମେରିକା ପକ୍ଷରୁ ବିଦେଶୀ ରାଷ୍ଟ୍ରମାନଙ୍କୁ ଦିଆଯାଉଥିବା ଆର୍ଥିକ ସହାୟତା ରାଶିକୁ ହାସ କରିବ । ଏବଂ ସେହି ଅର୍ଥ ରାଶିକୁ ପ୍ରତିରକ୍ଷା ଓ ଆଇନକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ବିନିଯୋଗ କରିବ ।