ପାକିସ୍ତାନକୁ କଡ଼ା ଚେତାବନୀ ଦେଲେ ଡୋନାଲ୍ଡ ଟ୍ରମ୍ପ ! କହିଲେ, ଆତଙ୍କବାଦୀ ପାଇଁ ଭୂସ୍ୱର୍ଗ ପାଲଟିଛି ପାକିସ୍ତାନ

34

କନକ ବ୍ୟୁରୋ: ପୁଣି ଥରେ ପାକିସ୍ତାନକୁ ଚରମ ଚେତାବନୀ ଦେଇଛି ଆମେରିକା । ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପାକିସ୍ତାନକୁ ପରାମର୍ଶ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ କହିଛନ୍ତି, ଏବେ ପ୍ରକୃତ ସମୟ ଆସିଛି ପାକିସ୍ତାନ ଆତଙ୍କବାଦ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ଏବଂ ଆତଙ୍କବାଦୀଙ୍କୁ ସହଯୋଗ କରିବା ବନ୍ଦ କରୁ ।

ସେପଟେ ଭାରତ ସହ ଆମେରିକା ସମ୍ପର୍କ ମଜବୁତ ଥିବା ଟ୍ରମ୍ପ କହିଥିବାବେଳେ ଆଫଗାନିସ୍ଥାନକୁ ଅଧିକ ସହାୟତା ଯୋଗାଇଦେବାକୁ ମଧ୍ୟ ସେ ପ୍ରତିଶ୍ରୃତିବଦ୍ଧ ବୋଲି କହିଛନ୍ତି । ତେବେ ଏହାରି ଭିତରେ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ମଜବୁତ ଥିବାବେଳେ ପାକିସ୍ତାନ ଓ ଚୀନ ପାଇଁ ଅଡୁଆ ବଢିଛି ।