ଆସନ୍ତା ୮ ତାରିଖ ମଧ୍ୟ ରାତ୍ରିରୁ ରାଜ୍ୟରେ ଟ୍ରକ ସେବା ହେବ ବନ୍ଦ ! ବିଭିନ୍ନ ଦାବି ନେଇ ଅନିର୍ଦ୍ଦିଷ୍ଟକାଳ ପାଇଁ କରାଯିବ

20

କନକ ବ୍ୟୁରୋ : ଆସନ୍ତା ୮ ତାରିଖ ମଧ୍ୟ ରାତ୍ରିରୁ ରାଜ୍ୟରେ ଟ୍ରକ ସେବା ବନ୍ଦ ହେବ । ସର୍ବଭାରତୀୟ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ ଦେଇଥିବା ବନ୍ଦ ଡାକରାକୁ ସମର୍ଥନ କରିଛି ଓଡିଶା ରାଜ୍ୟ ଟ୍ରକ ମାଲିକ ସଂଘ । ବିଭିନ୍ନ ଦାବି ନେଇ ଅନିର୍ଦ୍ଦିଷ୍ଟକାଳ ପାଇଁ ଆନ୍ଦୋଳନ କରିବ ବୋଲି ରାଜ୍ୟ ଟ୍ରକ ମାଲିକ ମହାସଂଘ ସୂଚନା ଦେଇଛି ।

ଫି ହାର ହ୍ରାସ କରିବା, ୧୫ ବର୍ଷର ଟ୍ରକ୍ ବନ୍ଦ ନୀତିକୁ ପ୍ରତ୍ୟାହାର କରିବା ଓ ଇନସୁରାନ୍ସ ହାରକୁ ହ୍ରାସ କରିବାକୁ ଦାବି ରଖିଛି ଟ୍ରକ ମାଲିକ ସଂଘ । ଏହି ଦାବି ସଂପର୍କରେ ପରିବହନ ବିଭାଗ ସହ ଆଲୋଚନା କରିଛି ରାଜ୍ୟ ଟ୍ରକ ମାଲିକ ସଂଘ ।