ଟ୍ରକ୍ ଡ୍ରାଇଭରଙ୍କୁ ବାଜିଲା ଟ୍ରାଫିକ୍ ଚାବୁକ ! ହଜାରେ କି ଦୁଇ ହଜାର ନୁହଁ ଏକାଥରେ ୮୬ ହଜାର ଟଙ୍କାର ତଣ୍ଡ ଗଣିଲେ ଟ୍ରକ୍ ଡ୍ରାଇଭର୍ ।

1,576

ଦେଶରେ ସରକାର ନୂଆ ମୋଟର୍ ଯାନ ଆଇନକୁ ମଞ୍ଜୁରୀ ଦେଲାପରେ ଆକ୍ସନକୁ ଆସିଯାଇଛନ୍ତି ଟ୍ରାଫିକ୍ ପୋଲିସ୍ । ଆଉ ଟ୍ରାଫିକ୍ ପୋଲିସର ଏଭଳି କଠୋର ରୁପକୁ ସହ୍ୟ କରିପାରୁନାହାନ୍ତି ସାଧାରଣ ଜନତା । ଅଟୋ ଚାଳକଙ୍କ ଠାରୁ ଆରମ୍ଭ କରି ଟ୍ରକ, ବସ୍ ଏବଂ ବାଇକ୍ ଚାଳକ ସବୁ ଏବେ ଚିନ୍ତାରେ । ଏହି ଜରିମାନା ଏବେ ଲୋକଙ୍କ ପାଇଁ ଜୁଲମ୍ ପାଲଟିଯାଇଛି । ତେବେ ପୂର୍ବରୁ ଭୁବନେଶ୍ୱରରେ ଅଟୋଚାଳକଙ୍କ ଠାରୁ ୫୨,୦୦୦ ଟଙ୍କା ଜରିମାନା ଲାଗିଥିବା ବେଳେ ଏବେ ସମ୍ବଲପୁରରେ ଜଣେ ଟ୍ରକ ଚାଳକଙ୍କ ନାଁରେ କଟିଛି ଚାଲାଣ୍ ।

ହଜାରେ କି ଦୁଇ ହଜାର ନୁହେଁ ଏକାଥରେ ୮୬ ହଜାର ଟଙ୍କାର ତଣ୍ଡ ଗଣିଛନ୍ତି ଟ୍ରକ ଚାଳକ ଅଶୋକ ଯାଦବ । ୪ ଟି ନିୟମ ଉଲ୍ଲଘଂନ କରିଥିବାରୁ ତାଙ୍କୁ ଏଭଳି ବଡ ଧରଣର ଜରିମାନା ଦେବାକୁ ପଡିଛି । କେବଳ ଓଭରଲୋଡିଂ ପାଇଁ ସେ ଗଣିଛନ୍ତି ୫୬ ହଜାର ଟଙ୍କାର ତଣ୍ଡ । ତେବେ ଏହି ଜରିମାନାକୁ ଭାରତରେ ସର୍ବାଧିକ ଫାଇନ୍ ଆଦାୟରେ ରେକର୍ଡ ବୋଲି କୁହାଯାଉଛି ।