୧୫୦ ଫୁଟ୍ ତଳକୁ ଖସିଲା ଟ୍ରକ୍ । ତଳେ ପଡିଲା, ଚୁରମାର ହେଲା 

222

କନକ ବ୍ୟୁରୋ : ଆର. ଉଦୟଗିରିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କନ୍ଧମାଳ ଜିଲ୍ଲା ଆର. ଉଦୟଗିରି ଥାନା ବିଲେଇକୂଅଁ ଘାଟିରୁ ଶୁକ୍ରବାର ଅପରାହ୍ନରେ ୧୦ଚକିଆ ଟ୍ରକ୍ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଶୁକ୍ରବାର ଅପରାହ୍ନ ୧୨.୩୦ରେ ଆର୍, ଉଦୟଗିରି ଠାରୁ ୨କିମି ଦୂର ବାଦପୁର ଘାଟିରେ ପାରଳାଖେମୁଣ୍ଡି ପଟୁ ରିଲିଫ ସମାଗ୍ରୀ ନେଇ ଆସୁଥିବା ଏକ ଟ୍ରକ୍ ଦ୍ରୁତଗତିରେ ଆସୁଥିବା ସମୟରେ ହଠାତ୍ ୧୫୦ ଫୁଟ୍ ତଳକୁ ଭାରସ୍ୟମ ହରାଇ ଖସି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଦମକଳ ବିଭାଗ ଓ ଆର.ଉଦୟଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିଛନ୍ତି ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗାଡିଟି ଦ୍ରୁତ ଗତିରେ ଆସୁଥିବାରୁ ଘାଟିରେ ଭାରସାମ୍ୟ ରକ୍ଷା କରି ପାରିନଥିଲା । ଫଳରେ ଡ୍ରାଇଭର ଜଣକ ଭାରସମ୍ୟ ହରାଇ ସିଧାସଳଖ ଗାଡିକୁ ଘାଟି ତଳକୁ ଖସାଇ ଦେଇଥିଲେ । ଟ୍ରକଟି ତଳେ ପଡିବା ପରେ ସମ୍ପୂର୍ଣ୍ଣ ଭାବେ ଚୂରମାର ହୋଇଯାଇଥିଲା ।