ଟିଆରଏସ୍ ସାଂସଦ କବିତାଙ୍କର ଅଭିନବ ପ୍ରୟାସ ! ରାକ୍ଷୀରେ ‘ହେଲମେଟ୍ ଗିଫ୍ଟ’ କ୍ୟାମ୍ପେନ୍

41

ଟିଆରଏସ୍ ସାଂସଦ ଓ ତେଲେଙ୍ଗାନାର ସିଏମ୍ କେସି ରାଓଙ୍କ ଝିଅ କବିତା ରାକ୍ଷୀ ଦିବସ ପୂର୍ବରୁ ଏକ କ୍ୟାମ୍ପେନ୍ ଆରମ୍ଭ କରିଛନ୍ତି । ଏହି ‘ହେଲମେଟ୍ କ୍ୟାମ୍ପେନ୍’ ର ଉଦ୍ଦେଶ୍ୟ ରାଜ୍ୟରେ ସଡ଼କ ଦୁର୍ଘଟଣାରୁ ରକ୍ଷା କରିବା ସହ ଓ ସଡ଼କ ସୁରକ୍ଷାରେ ଜାଗରଣ ସୃଷ୍ଟି କରିବା । ଏଥିପାଇଁ ରାଜ୍ୟର ମହିଳାମାନଙ୍କୁ କୁହାଯାଉଛି ଯେ ନିଜ ଭାଇମାନଙ୍କୁ ରାକ୍ଷୀ ଦିବସର ଅବସରରେ ଉପହାର ଭାବରେ ହେଲମେଟ ଦିଅନ୍ତୁ ।

କବିତା ଏହି କ୍ୟାମ୍ପେନର ଆରମ୍ଭ ପ୍ରଥମେ ସୋସିଆଲ ମିଡିଆରେ କରିଥିଲେ । ବହୁ ସଂଖ୍ୟାରେ ଲୋକେ ତାଙ୍କର ଏହି ପଦକ୍ଷେପକୁ ତାରିଫ୍ କରିଥିଲେ ଏବଂ ତାଙ୍କ ସହ ଯୋଡି ହେଲେ । କ୍ରିକେଟର ମିତାଲି ରାଜ୍ ମଧ୍ୟ ଏହି କ୍ୟାମ୍ପେନକୁ ସମର୍ଥନ ଦେଇଥିଲେ । ହାଇଦ୍ରାବାଦର ଅନେକ ଖେଳାଳୀ ସାଇନା ନେହୱାଲ୍ , ଜ୍ୱାଳା ଗୁଟ୍ଟା ମଧ୍ୟ ଏହି କ୍ୟାମ୍ପେନରସହ ରହିଛନ୍ତି । କଂଗ୍ରେସ ସାଂସଦ ଗୈାରବ ଗୋଗୋଇ ଓ ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କ ସହ ବିଜେପି ସାଂସଦ ରମେଶ ପୋଖରିୟାଲ୍ ମଧ୍ୟ କବିତାଙ୍କର ଏହି ପ୍ରୟାସକୁ ପସନ୍ଦ କରିଛନ୍ତି ।

କବିତା କହିଛନ୍ତି, ‘ ମୁଁ ମୋର ସମସ୍ତ ଭଉଣୀମାନଙ୍କୁ ଅନୁରୋଧ କରୁଛି ଯେ ଏହି ଥର ରାକ୍ଷୀ ସହ ଭାଇମାନଙ୍କୁ ହେଲମେଟ୍ ଉପହାରସ୍ୱରୂପ ଦିଅନ୍ତୁ । ଏହି କ୍ୟାମ୍ପେନର ଉଦ୍ଦେଶ୍ୟ ଭାଇମାନଙ୍କ ସୁରକ୍ଷା ପାଇଁ ଅଟେ । ପ୍ରତିବର୍ଷ ସଡକ ଦୁର୍ଘଟଣାରେ ବହୁ ସଂଖ୍ୟାରେ ମୃତ୍ୟୁ ଘଟୁଛି । ଆଉ ହେଲମେଟ୍ ନପିନ୍ଧି ଗାଡି ଚଳାଇବା ହେଉଛି ଏହାର ପ୍ରମୂଖ କାରଣ । ଏବଂ ସଡକ ଦୁର୍ଘଟଣାରେ ମୃତ୍ୟବରଣ କରୁଥିବା ଅଧିକ ଲୋକଙ୍କ ବୟସ ୨୫ ବର୍ଷରୁ କମ୍ ହୋଇଥାଏ ।’

ଏହି ଅବସରରେ କବିତା ତେଲେଙ୍ଗାନାରେ ଧରାପଡିଥିବା ଡ୍ରଗ୍ସ ମାଫିଆଙ୍କ ବିଷୟରେ ବି କହିଛନ୍ତି । ସରକାରଙ୍କ ଉଦ୍ଦେଶ୍ୟ ପ୍ରଦେଶରେ ହେଉଥିବା ସବୁ ପ୍ରକାର ଅନୈତିକ ଓ ଅପରାଧିକ ଗତିବିଧିଗୁଡିକ ଉପରେ ଲଗାମ ଦେବା । ରାଜ୍ୟରେ ଆଇନ ବ୍ୟବସ୍ଥାକୁ ଠିକରେ ଚଳାଇବା ସହ ଅପରାଧିକ ତତ୍ତ୍ୱ ଉପରେ ଲଗାମ ଲଗେଇବା ସରକାରଙ୍କର ପ୍ରାଥମିକତା କାର୍ଯ୍ୟ ଅଟେ । ( ସୈାଜନ୍ୟ- ନବଭାରତ ଟାଇମ୍ସ)