ପୁଣି ଭାରତ-ଚୀନ୍ ସୀମାରେ ଉତ୍ତେଜନା ! ଡୋକଲାମ୍ ପରେ ତିଦ୍ଦତରେ ପ୍ରଥମ ଥର ପାଇଁ ଯୁଦ୍ଧାଭ୍ୟାସ କଲା ପିପୁଲ୍ସ ଲିବରେସନ୍ ଆର୍ମି

28

କନକ ବ୍ୟୁରୋ: ଡୋକଲାମ ବିବାବ ପରେ କିଛି ଦିନ ଶାନ୍ତ ପଡିବା ପରେ ପୁଣି ଭାରତ-ଚୀନ୍ ସୀମାରେ ଦେଖାଦେଇଛି ଉତେଜନା । ତିବ୍ଦତରେ ନିୟୋଜିତ ଚୀନ ସେନା ହିମାଳୟ କ୍ଷେତ୍ରରେ ଯୁଦ୍ଧାଭ୍ୟାସ ଏହି ଉତେଜନା ସୃଷ୍ଟି କରିଛି । ଯୁଦ୍ଧ ପରିସ୍ଥିତିରେ କିଭିଳି ବିଭିନ୍ନ ଉପକରଣ ସେହି ଅଂଚଳକୁ ଆସିପାରିବ ଏବଂ ସାଧାରଣ ଲୋକଙ୍କ କିପରି ସ୍ଥାନାନ୍ତରିତ କରାଯିବ ସେ ନେଇ ଅଭ୍ୟାସ କରିଛି ଚୀନ୍ ସେନା ପିଏଲଏ ।

ମିଳିଥିବା ସୂଚନା ଅନୁସାରେ, ଗତ ମଙ୍ଗଳବାର ଦିନ ଭାରତୀୟ ସୀମାକୁ ଲାଗିଥିବା ତିବ୍ଦତରେ ପିପୁଲ୍ସ ଲିବରେସନ ଆର୍ମି ଏହି ଯୁଦ୍ଧାଭ୍ୟାସ କରିଛି । ଡୋକଲାମ ଗତିରୋଧ ପରେ ଏହା ସବୁଠାରୁ ବଡ ଧରଣର ଯୁଦ୍ଧାଭ୍ୟାସ ବୋଲି କୁହାଯାଉଛି । ଚୀନର ସରକାରୀ ଗଣମାଧ୍ୟମ ‘ଗ୍ଲେବାଲ ଟାଇମ୍ସ’ରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ କୁହାଯାଇଛି ଯେ, ଗତ ଅଗଷ୍ଟ ମାସରେ ମଧ୍ୟ ପ୍ରାୟ ୪ହଜାର ୬ଶହ ଫୁଟ୍ ଉଚ୍ଚରେ ୧୩ଘଂଟା ଧରି ସେନାଭ୍ୟାସ କରାଯାଇଥିଲା ।

ମଙ୍ଗଳବାର ଦିନର ଅଭ୍ୟାସକୁ ନେଇ ବିଶେଷଜ୍ଞଙ୍କ ମତ ଅନୁସାରେ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କୁହାଯାଇଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି । ଯାହା ସେନାକୁ ମଜଭୁତ କରିବା ସହ ଲକ୍ଷ୍ୟ ହାସଲ ଦିଗରେ ସହାୟକ ହେବ ବୋଲି କୁହାଯାଇଛି । ଗତ ବର୍ଷ ଜୁନ୍ରେ ଭୁଟାନର ବିବାଦୀୟ ଅଂଚଳରେ ଡୋକଲାମକୁ ନେଇ ଭାରତ ଓ ଚୀନ ମୁହାଁମୁହିଁ ହୋଇଥିଲେ । ଉଭୟ ରାଷ୍ଟ୍ରର ସେନା ପ୍ରାୟ ୭୩ଦିନ ଧରି ମୁହାଁମୁହିଁ ପରିସ୍ଥିତିରେ ରହିଥିଲେ ।