ମାତୃ ଦିବସରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଫଟୋକୁ ନେଇ ଚର୍ଚ୍ଚା ! ଝିଅକୁ ଲିପକିସର ଫଟୋକୁ ନେଇ ସୋସିଆଲ ମିଡିଆରେ ବିବାଦ

38

ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଏକ ଫଟୋକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ସୋସିଆଲ ମିଡିଆରେ ଏହି ଫଟୋକୁ ନେଇ ଏଇଥି ପାଇଁ ଚର୍ଚ୍ଚା ଯେ, ଐଶ୍ୱର୍ଯ୍ୟା ଫଟୋଟିକୁ ମେ’ ୧୨ ତାରିଖ ଅର୍ଥାତ ବିଶ୍ୱ ମାତୃ ଦିବସରେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଝିଅ ଆରାଧ୍ୟାଙ୍କୁ ଲିପକିସ ଦେଉଥିବା ଦେଖିବାକୁ ମିଳୁଛି । ହେଲେ ସୋସିଆଲ ମିଡିଆରେ ଟ୍ରୋଲ ଚାଲିଛି ଐଶ୍ୱର୍ଯ୍ୟାଙ୍କ ପୋଷାକକୁ ନେଇ ।

ଅର୍ଦ୍ଧନଗ୍ନ ଅବସ୍ଥାରେ ମାତୃ ଦିବସରେ ଝିଅ ସହ ଫଟୋ ଉଠାଇ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିବାରୁ ଅନେକ ତାଙ୍କୁ ସମାଲୋଚନା କରିଛନ୍ତି । ତେବେ ଐଶ୍ୱର୍ଯ୍ୟା କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଯୋଗଦେବାର ଠିକ ପୂର୍ବରୁ ଝିଅ ଆରାଧ୍ୟା ସହ ଏହି ଫଟୋ ଉଠାଇଛନ୍ତି ଏବଂ କାନ୍ସକୁ ଯିବା ଲାଗି ସେ ଏଭଳି ପରିଧାନ ପିନ୍ଧିଥିଲେ । ଚର୍ଚ୍ଚିତ ଅଭିନେତ୍ରୀମାନେ ନିଜ କାମରେ ବ୍ୟସ୍ତ ରହି ପିଲାମାନଙ୍କୁ ଧ୍ୟାନ ଦେଉନାହାନ୍ତି ଓ ମାତୃ ଦିବସରେ ନିଜ ପିଲାପ୍ରତି ଏଭଳି ଅନାବିଳ ପ୍ରେମ ଦେଖାଇ କେବଳ ପ୍ରଶଂସକଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ମଧ୍ୟ ସୋସିଆଲ ମିଡିଆରେ ସମାଲୋଚନା କରାଯାଇଛି ।