ଫସିଗଲେ ଦିବ୍ୟଙ୍କା ତ୍ରୀପାଠି! ଧାରାବାହିକରେ ଭିନ୍ନ ରୂପ ପାଇଁ ହେଲେ ସମାଲୋଚନାର ଶିକାର

140

ଲୋକପ୍ରିୟ ଧାରାବାହିକ ‘ୟେ ହୈ ମୋହବତେଁ’ର ଚର୍ଚ୍ଚିତ କଳାକାର ହେଉଛନ୍ତି ଦିବ୍ୟଙ୍କା ତ୍ରିପାଠୀ । ଏହି ଧାରାବାହିକ ଆରମ୍ଭ ହେଲା ବେଳେ ଜଣେ ଦକ୍ଷିଣ ଭାରତୀୟ ଡାକ୍ତର ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ଏହି ଅଭିନେତ୍ରୀ । ବର୍ତ୍ତମାନ କିନ୍ତୁ ଦିବ୍ୟଙ୍କାଙ୍କୁ ଏହି ଧାରାବାହିକରେ ଏକ ଭିନ୍ନ ରୂପରେ ଦେଖିବାକୁ ପାଉଛନ୍ତି ଦର୍ଶକ । ଏହି ନୂଆ ରୂପ ପାଇଁ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ହେବାରେ ଲାଗିଛି ।

ଖବର ଅନୁସାରେ, କାହାଣୀର ଗତି ଅନୁଯାୟୀ ଦିବ୍ୟଙ୍କା ଏକ ଚାକରାଣୀ ଭୂମିକାରେ ଦେଖାଦେଉଛନ୍ତି । ହରିୟାଣାର ନିପଟ ମଫସଲ ଯୁବତୀ ରୂପରେ ତାଙ୍କୁ ଦେଖିବାକୁ ମିଳୁଛି । ଏଥିପାଇଁ ମେକଅପ ଓ ବେଶପୋଷକ ମଧ୍ୟ ପରିବର୍ତ୍ତନ ହୋଇଛି । ଅତ୍ୟାଧୁନିକ ମେକଅପ ସହାୟତାରେ ଗୋରୀ ଦିବ୍ୟଙ୍କାଙ୍କୁ ଶ୍ୟାମଳାଙ୍ଗୀରେ ସଜାଯାଉଛି । ଚାକରାଣୀ ରୂପରେ ଦିବ୍ୟାଙ୍କା ନିଜ ଫଟୋକୁ ସୋସିଆଲ ସାଇଟରେ ଅପଲୋଡ କରିବା ପରେ ହିଁ ଅସୁବିଧା ଉପୁଜିଛି ।

କେତେକ ମହଲରୁ ପ୍ରଶଂସା କରାଯାଇଥିବା ବେଳେ ଅନ୍ୟମାନେ ତାଙ୍କୁ ପରିହାସ କରିଛନ୍ତି । ଦିବ୍ୟଙ୍କା ମଧ୍ୟ ଏହାର କଡ଼ା ଜବାବ ତୁରନ୍ତ ଦେଇଛନ୍ତି । ଜନୈକ ପ୍ରଶଂସକ ଉଲ୍ଲେଖ କରିଛନ୍ତି ଯେ ଚାକରାଣୀ ଚରିତ୍ର ନିମନ୍ତେ ଶ୍ୟାମଳାଙ୍ଗୀ ହେବା କ’ଣ ନିତ୍ୟାନ୍ତ ଆବଶ୍ୟକ ? ସଂଖ୍ୟାଧିକ ଲୋକେ ଏହି ମହିଳାଙ୍କ ମତକୁ ସମର୍ଥନ କରିଛନ୍ତି । ଏ ବାବଦରେ ଦିବ୍ୟଙ୍କାଙ୍କ କହିଛନ୍ତି ଯେ, ଚରିତ୍ରର ଆବଶ୍ୟକତା ଅନୁଯାୟୀ ତାଙ୍କୁ ମେକଅପ ନେବାକୁ ପଡିଛି । ମୁମ୍ବାଇର ଜନୈକ ଶିଲ୍ପପତି ମଧ୍ୟଏ ବାବଦରେ ମୁହଁ ଖୋଲିଛନ୍ତି । ଘଟଣାଟି କ୍ରମଶଃ ବିବାଦ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଦିବ୍ୟଙ୍କା ଆଗାମୀ ଦିନରେ କ’ଣ ଉତ୍ତର ଦେବେ, ସେ ନେଇ କାର୍ଯ୍ୟକ୍ରମର ଅନ୍ୟ ଚରିତ୍ରମାନେ ପ୍ରମାଦ ଗଣିଲେଣି ।