ବ୍ରହ୍ମପୁର ଖଲିକୋଟରେ ଦୁର୍ଘଟଣା : ସ୍କୁଲ ଅଟୋକୁ ଧକ୍କା ଦେଲା ଟ୍ରଲର

0

ବ୍ରହ୍ମପୁର : ସ୍କୁଲ ଅଟୋକୁ ଧକ୍କା ଦେଲା ଟ୍ରଲର । ୧୧ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଏଭଳି ଦୁର୍ଘଟଣା ଘଟିଛି ବ୍ରହ୍ମପୁର ଖଲିକୋଟରେ । ଖଲିକୋଟ ବ୍ଲକ ବାଉରିଗଣ୍ଡିପଲ୍ଲି ଆଦର୍ଶ ବିଦ୍ୟାଳୟକୁ ପଥରା ଗାଁର ୧୫ ଜଣ ଛାତ୍ରଛାତ୍ରୀ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଜାତୀୟ ରାଜପଥ କଡରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଏ ଟ୍ରଲର ଅଟୋକୁ ପଛପଟୁ ଧକ୍କା ଦେଇଥିଲା । ଏଥିରେ ୧୦ ଜଣ ଛାତ୍ର ଓ ଜଣେ ଛାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତି କରାଯାଇଛି ।

Comments are closed.