କଟକ-ଭୁବନେଶ୍ୱର ମଧ୍ୟରେ ଯାତାୟତ ଆହୁରି ହେଲା ସହଜ : ତ୍ରିଶୁଳିଆରେ ରାଜ୍ୟର ଦୀର୍ଘତମ ସୁଭାଷ ଚନ୍ଦ୍ର ବୋଷ ସେତୁକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

36

କନକ ବ୍ୟୁରୋ : କଟକ-ଭୁବନେଶ୍ୱର ମଧ୍ୟରେ ଯାତାୟତ ଆହୁରୀ ସହଜ ହୋଇଛି । ତ୍ରିଶୁଳିଆରେ ରାଜ୍ୟର ଦୀର୍ଘତମ ସୁଭାଷ ଚନ୍ଦ୍ର ବୋଷ ସେତୁକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବେଲଭ୍ୟୁରୁ ତ୍ରିଶୁଳିଆ ସଂଯୋଗ କରୁଥିବା କାଠଯୋଡି ସେତୁର ନାଁ ରଖାଯାଇଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ ।

ଏହି ସେତୁ କଟକକୁ ଭୁବନେଶ୍ୱର ସହ ସଂଯୋଗ କରୁଛି । ୧୧୪କୋଟି ବ୍ୟୟରେ ନିର୍ମିତ ଏହି ସେତୁର ଲମ୍ବ ୩ କିଲୋମିଟର ରହିଛି । ୨୦୧୧ ଜୁଲାଇ ୩ତାରିଖରେ ଏହାର ଶିଳାନ୍ୟାସ ହୋଇଥିଲା ।

ଦେଖନ୍ତୁ ଏହି ଭିଡ଼ିଓ –