ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ ବିଜେପିକୁ ବଡ ଫାଇଦା ! ତ୍ରିପୁରାରେ ବାମମେଂଟକୁ ପଛରେ ପକାଇ ବହୁ ଆଗରେ ବିଜେପି, ମେଘାଳୟରେ କଂଗ୍ରେସ-ଏନପିପି କଡା ଟକ୍କର

61

କନକ ବ୍ୟୁରୋ: ଉତର-ପୂର୍ବ ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟରେ ଆଜି ସକାଳ ୮ଟାରୁ ଜାରି ରହିଛି ମତଗଣନା । ୩ଟି ଯାକ ରାଜ୍ୟରେ ବିଜେପି ଏଥର ଭଲ ପ୍ରଦର୍ଶନ ଫାଇଦା ମିଳିଛି । ତ୍ରିପୁରାରେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବାମମେଂଟକୁ ପଛରେ ପକାଇ ବିଜେପି ବହୁ ଆଗକୁ ଅଗ୍ରସର ହୋଇଛି । ମେଘାଳୟରେ କଂଗ୍ରେସରେ ଆଗରେ ରହିଛି । ତେବେ ନାଗାଲାଣ୍ଡରେ ବିଜେପି ମେଂଟ ଓ ଏନପିଏଫ ମଧ୍ୟରେ କଡା ଟକ୍କର ଚାଲିଛି ।

ପ୍ରଥମେ ନଜର ପକାଇବା ତ୍ରିପୁରା ଉପରେ । ତ୍ରିପୁରାରେ ବାମମେଂଟକୁ କଡା ଟକ୍କର ଦେଇଛି ବିଜେପି । ରାଜ୍ୟରେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେପି ବହୁ ଆଗରେ ରହିଛି । ମୋଟ ୫୯ଟି ଆସନ ମଧ୍ୟରୁ ବିଜେପି ୪୦ ଓ ବାମମେଂଟ ୧୯ ଆସନରେ ଆଗୁଆ ଅଛନ୍ତି । ତ୍ରିପୁରାରେ ଦୀର୍ଘ ୨୫ ବର୍ଷ ହେଲା ବାମମେଂଟ ତ୍ରିପୁରାରେ କ୍ଷମତାସୀନ ଅଛି । ମାଣିକ ସରକାର ଦୀର୍ଘ ୨୦ ବର୍ଷ ହେଲା ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି । ଉଭୟ ବିଜେପି ଓ ବାମ ମେଂଟ ପାଇଁ ଏହି ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ ହୋଇଛି ।

ସେହିଭଳି ମେଘାଳୟର ଟ୍ରେଣ୍ଡ ଦେଖିବା । ମେଘାଳୟରେ ୫୯ଟି ଆସନରେ ସକାଳ ୮ଟାରୁ ଭୋଟଗଣତି ଚାଲିଛି । ଏଠାରେ କଂଗ୍ରେସ-ଏନପିପି ମଧ୍ୟରେ କଡା ଟକ୍କର ଚାଲିଛି । ୫୯ଟି ଆସନରୁ କଂଗ୍ରେସ–, ଏନପିପି–ଆସନ,ବିଜେପି– ଓ ଅନ୍ୟାନ୍ୟ –ଆସନରେ ଆଗୁଆ ଅଛନ୍ତି । ଏଠାରେ ୧୦ ବର୍ଷ ହେଲା କଂଗ୍ରେସ କ୍ଷମତାସୀନ ରହିଛି । ଏଥର କିନ୍ତୁ ରାଜ୍ୟରେ ତ୍ରିମୁଖୀ ଲଢେଇ ହେଉଛି ।

ନାଗାଲାଣ୍ଡରେ ମୋଟ ୬୦ ବିଧାନସଭା ଆସନରୁ ୫୯ ଆସନରେ ମତଗଣନା ଚାଲିଛି । ରାଜ୍ୟରେ ବିଜେପି-ଏନଡିପିପି ମେଂଟ ଓ ନାଗା ପିପୁଲସ ଫ୍ରଂଟ, ଏନପିଏଫ ମଧ୍ୟରେ କଡା ଟକ୍କର ଚାଲିଛି । ବିଜେପି-ଏନଡିପିପି ମେଂଟ–, ଓ ଏନପିଏଫ ମେଂଟ –ଆସନରେ ଆଗୁଆ ରହିଛନ୍ତି । ଗୋଟିଏ ଆସନରେ ନବଗଠିତ ନ୍ୟାସନାଲିଷ୍ଟ ଡେମୋକ୍ରାଟିକ ପ୍ରୋଗେସିଭ ପାର୍ଟି, ଏନଡିପିପିର ମୁଖ୍ୟ ନିଫ୍ୟୁ ରିଅ ଗୋଟିଏ ଆସନରେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇସାରିଛନ୍ତି । ଏଠାରେ ବିଜେପି ଏନଡିପିପି ସହ ମେଂଟ କରି ନିର୍ବାଚନ ଲଢୁଛି ।