ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା : ଚର୍ଚ୍ଚାକୁ ଗୁଜବ କହିବା ସହ ନିଜକୁ ଭାରତୀୟ କହିଲେ ବିପ୍ଲବ

27

କନକ ବ୍ୟୁରୋ : ଆସାମରେ ଏନଆରସି ଡ୍ରାଫ୍ଟ ଲାଗୁ ହେବାପରେ ସାରା ଦେଶରେ ରାଜନୀତି ଲାଗି ରହିଛି । ତେବେ ଏହାକୁ ସାରା ଦେଶରେ ଲାଗୁ କରିବା ପାଇଁ କିଛି ନେତା ଦାବି କରିଛନ୍ତି । ଏହି ଘଟଣାପରେ ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କୁ ନେଇ ବାଦବିବାଦ ଦେଖାଯିବା ସହ ସୋସିଆଲ ମିଡିଆରେ ମଧ୍ୟ ଅନେକ ଚର୍ଚ୍ଚା ଚାଲିଛି । ବିପ୍ଲବ ଦେବ ବାଙ୍ଗଲାଦେଶରେ ଜନ୍ମ ହୋଇଥିଲେ ଏ ତାଙ୍କ ପରିବାର ୧୯୭୧ ମସିହା ପରେ ଭାରତ ଆସିଥିଲେ ଓ ଅନ୍ୟ ମାନଙ୍କ ଭଳି ସେ ଜଣେ ଶରଣାର୍ଥୀ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଯଦି ତ୍ରିପୁରାରେ ଏନଆରସିଙ୍କ ନିୟମ ଲାଗିବ ତେବେ ସର୍ବପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ଦେଶ ଛାଡିଯିବା ପାଇଁ ପଡିବ ବୋଲି କୁହାଯାଉଛି । ଏପରି ଚର୍ଚ୍ଚା ହେବାପରେ ବିପ୍ଲବ କହିଛନ୍ତି ଯେ, ଯେଉଁ ସବୁ ବାର୍ତ୍ତା ଚର୍ଚ୍ଚା ହେଉଛି ତାହା କେବଳ ଗୁଜବ ।

 

ଏହାସହ ସେ କହିଛନ୍ତି ବାଙ୍ଗଲାଦେଶରେ ନୁହେଁ ବରଂ ଭାରତରେ ମୋର ଜନ୍ମ ବୋଲି ବିପ୍ଲବ କହିଛନ୍ତି । ୱକିପିଡିଆରେ ତାଙ୍କ ନାମରେ ମିଛ ଲେଖାଯାଇଥିବା ସେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ସମୟରେ ୱକିପିଡିଆରେ ୩୯ ଥର ତାଙ୍କ ପୃଷ୍ଠାର ଏଡିଟ ହୋଇଛି । ତେବେ ଏହା ସମ୍ପୂର୍ଣ୍ଣ ଭାବରେ ଭୁଲ ବୋଲି ବିପ୍ଲବ କହିଛନ୍ତି । ଏହି ଘଟଣାରେ ବିପ୍ଲବଙ୍କର ମିଡିଆ ପରାମର୍ଶ ଦାତା ସଜଂୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କର ନାମରେ ଯେଉଁ କଥା ଲେଖାଯାଇଛି ତାହା ଠିକ ନୁହେଁ । ସେ ଭାରତରେ ହିଁ ଜନ୍ମ ହୋଇଥିବା ସଂଜୟ କହିଛନ୍ତି । ହୋସହ ସେ କହିଛନ୍ତି ବିପ୍ଲବଙ୍କ ଜନ୍ମ ୧୯୭୧ ମସିହା ୨୫ ନଭେମ୍ବର ମାସରେ ତ୍ରିପୁରାର ଉଦୟପୁରଠାରେ ହୋଇଥିଲା । ତେଣୁ ତାଙ୍କ ନାମରେ ଅଯଥା ମିଛ କଥା କୁହାଯାଇଛି । ଏନଆରସି ଲାଗୁ ହେବାପରେ ୪୦ ଲକ୍ଷ ଲୋକ ଭାରତ ଛାଡି ଯିବା ପାଇଁ କୁହାଯାଇଥିଲା । ବର୍ତ୍ତମାନ ସ୍ଥିତିରେ ସାରା ଦେଶରେ ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ବାବଦରେ ଚର୍ଚ୍ଚା ଜୋର ଧରିଛି ।