ଆଜି ଲୋକସଭାରେ କେନ୍ଦ୍ର ସରକାର ଆଣିବେ ତିନ ତଲାକ ବିଲ ! ଏନଡିଏର ସମସ୍ତ ସଦସ୍ୟ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ

27

କନକ ବ୍ୟୁରୋ : ମୁସଲିମ୍ ମହିଳାଙ୍କ ବିବାହ ସୁରକ୍ଷା ଆଇନ ଆଜି ଗୃହରେ ଆଗତ କରାଯିବ ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ଲୋକସଭା ୱେବସାଇଟରେ ରହିଥିବା କାର୍ଯ୍ୟସୂଚୀରେ ପୋଷ୍ଟ କରି ଜଣାଇଛନ୍ତି । ଏହି ବିଲ୍ ପାରିତ ହେଲେ ତକ୍ରାଳ ତିନି ତଲାକ ଦେବା ଏକ ଅପରାଧ ଭାବେ ବିବେଚନା କରାଯିବ । ଏବଂ ଏହାକୁ ଘୋଷଣା କରିଥିବା ମହିଳାଙ୍କ ସ୍ୱାମୀଙ୍କୁ ଏଥିପାଇଁ ତିନି ବର୍ଷ ଯାଏ ଜେଲ ଦଣ୍ଡ ଭୋଗିବାର ବ୍ୟବସ୍ଥା ରହିଛି । ସୁପ୍ରିମକୋର୍ଟର ପାଂଚ ଜଣିଆ ଖଣ୍ଡପୀଠ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ତକ୍ରାଳ ତିନି ତଲାକକୁ ବେଆଇନ ଓ ନିଷିଦ୍ଧ ଘୋଷଣା କରିଛନ୍ତି । ଏ ନେଇ ଏକ ବିଲ୍ ଆଣିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।