ସଂଶୋଧିତ ତିନି ତଲାକ ବିଲକୁ କ୍ୟାବିନେଟର ମୋହର : ଅଭିଯୁକ୍ତକୁ ଜାମିନ ଦେଇପାରିବେ ମାଜିଷ୍ଟ୍ରେଟ

30

କନକ ବ୍ୟୁରୋ : ତିନିତଲାକ୍ ବିଲରେ କେନ୍ଦ୍ର ସରକାର କେତେକ ସଂଶୋଧନକୁ ମଂଜୁର କରିଛନ୍ତି । ସଂଶୋଧନ ମୁତାବକ ତିନି ତଲାକ୍ ଅଭିଯୁକ୍ତଙ୍କୁ ମାଜିଷ୍ଟ୍ରେଟ୍ ଜାମିନ ପ୍ରଦାନ କରିପାରିବେ । କିନ୍ତୁ ଏହା ଜାମିନବିହୀନ ଅପରାଧ ହୋଇ ରହିବ । ପୂର୍ବରୁ ତିନି ତଲାକ୍ ବିଲକୁ ଲୋକସଭା ମଂଜୁର କରିଥିବା ବେଳେ ରାଜ୍ୟସଭାରେ ଏହାକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଥିଲା । ବିଲ୍କୁ ତ୍ରୁଟିପୂର୍ଣ୍ଣ ବୋଲି କଂଗ୍ରେସ ଅଭିଯୋଗ କରିଥିଲା । କଂଗ୍ରେସ ସାଂସଦମାନେ ନିଜ ଯୁକ୍ତିରେ ଦର୍ଶାଇଥିଲେ ଯେ ତିନିତଲାକ୍ର ଶିକାର ହେଉଥିବା ମହିଳାମାନଙ୍କର ସ୍ୱାମୀ ଯଦି କୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଜେଲ୍ ଯାଆନ୍ତି, ତେବେ ତାଙ୍କ ପତ୍ନୀଙ୍କର କ’ଣ ହେବ? କିଏ ସେମାନଙ୍କର ଭରଣପୋଷଣ ଦାୟିତ୍ୱ ସମ୍ଭାଳିବ।

source-http://images.financialexpress.com

ଆଜି ରାଜ୍ୟସଭାରେ ଏହାକୁ ଉପସ୍ଥାପିତ କରାଯିବାର ଅଛି । ପୂର୍ବରୁ ରାଜ୍ୟସଭାରେ ଏହି ବିଲ୍ ପାରିତ ହୋଇ ନପାରିବା ପରେ ପୁଣି ଥରେ ବିଶେଷଜ୍ଞ କମିଟି ନିକଟକୁ ପଠାଇ ଦିଆଯାଇଥିଲା । ବିଶେଷଜ୍ଞ କମିଟିର ସୁପାରିଶ ଅନୁସାରେ କେତେକ ପରିବର୍ତ୍ତନ କରାଯାଇଛି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ସରକାର କୌଣସି ମତେ ତିନି  ତଲାକ୍ ବିଲକୁ ମଂଜୁର କରାଇ ଆଇନ୍ ଆଣିବାକୁ ଚେଷ୍ଟା ଜାରି ରଖିଛି । କିନ୍ତୁ ବିରୋଧୀଙ୍କ ଭିନ୍ନ ମତ ଯୋଗୁଁ ଏହା ବର୍ତ୍ତମାନ ଯାଏଁ ସମ୍ଭବ ହୋଇପାରି ନାହିଁ ।