ଲୋକସଭାରେ ଆଗତ ହେଲା ତିନି ତଲାକ ବିଲ । ଉପସ୍ଥାପନ କଲେ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ । କହିଲେ,ନାରୀଙ୍କ ସମ୍ମାନ ଓ ଗରିମାର ବିଲ । ବିରୋଧ କଲେ ବିଜେଡି ଓ ଆରଜେଡି

25

କନକ ବ୍ୟୁରୋ : ଲୋକସଭାରେ ଉପସ୍ଥାପିତ ହେଲା ତିନି ତଲାକ ବିଲ । କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ବିଲକୁ ଉପସ୍ଥାପନ କରିଥିଲେ । ତିନି ତଲାକ ଆଇନରେ ଥିବା ଦଣ୍ଡବିଧାନକୁ ବିରୋଧ କରଛି ଆରଜେଡି । କେବଳ ଆରଡେଜି ନୁହେଁ ବିଜୁ ଜନତା ଦଳ ମଧ୍ୟ ଏହି ବିଲକୁ ବିରୋଧ କରିଛି । ସେହିପରି ତିନିତଲାକ ବିଲ ଉପରେ ପ୍ରଶ୍ନ ଉଠାଇଛନ୍ତି ଓବେସି । ମୂଳ ଅଧିକାର କ୍ଷୁର୍ଣ୍ଣ ହେଉଥିବା ସେ ଅଭିଯୋଗ କରିଛନ୍ତି । ମୁସଲମାନଙ୍କ ପ୍ରତି ଏହା ଅନ୍ୟାୟ ବୋଲି କହିଛନ୍ତି ଅଲ ଇଣ୍ଡିଆ ମୁସଲିମ ଲିଗର ସାଂସଦ ଅସଦଉଦ୍ଦିନ ଓବେସୀ ।

ସେପଟେ ଆଇନ ମନ୍ତ୍ରୀ ରବି ଶଙ୍କର ନିଜର ପ୍ରତିକ୍ରିୟା ରଖିଛନ୍ତି । ଆଜିର ଦିନ ଏକ ଐତିହାସିକ ଦିନ । ଏହା ନାରୀଙ୍କ ସମ୍ମାନ,ନ୍ୟାୟ, ଗାରିମାର ବିଲ । ତିନିତଲାକ ବିଲ ସଂପୂର୍ଣ୍ଣ ସାମ୍ବିଧାନିକ ଅଟେ । ତିନି ତଲାକ କୌଣସି ସମ୍ପ୍ରଦାୟ କିମ୍ବା ଧର୍ମ ବିରୋଧରେ ନୁହେଁ ବୋଲି କହି ବିରୋଧୀଙ୍କୁ ରବି ଶଙ୍କର ଜବାବ ଦେଇଛନ୍ତି । ତା ସହ ସେ ଚେତେଇ ଦେଇଥିଲେ ଯେ, ସୁପ୍ରିମକୋର୍ଟ ତିନି ତଲାକକୁ ପାପ ବୋଲି କହିଥିଲେ ।

ସଂସଦରେ ତିନି ତଲାକ ବିଲ ଆଗତ କରିବା ପୂର୍ବରୁ ସାଂସଦଙ୍କ କ୍ଲାସ ନେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତିନି ତଲାକ ବିଲ ଆଗତ ନେଇ ସଂସଦୀୟ ଦଳ ବୈଠକରେ ଆଲୋଚନା କରିଥିଲେ ମୋଦି । ବିଜେପି ସାଂସଦମାନଙ୍କୁ ବିଲ ଆଗତ ସମୟରେ ସଂସଦରେ ଉପସ୍ଥିତ ରହିବାକୁ ତାଗିଦ କରିଛନ୍ତି ପ୍ରଧାନମନ୍ତ୍ରୀ । ଲୋକସଭାରେ ପାରିତ ହେବା ପରେ ଏହି ବିଲ ରାଜ୍ୟସଭାରେ ଆଗତ ହେବ । ପରେ ଅନୁମୋଦନ ପାଇଁ ବିଲକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ ।

ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହେବ ତିନି ତଲାକ ବିଲ । ଅନ୍ୟପଟେ ଏହି ବିଲକୁ କଂଗ୍ରେସ ମଧ୍ୟ ସମର୍ଥନ କରିଥିଲା । ତେବେ ଏହି ବିଲକୁ ବିରୋଧ କରିଛି ସର୍ବଭାରତୀୟ ମୁସଲିମ ମହିଳା ପର୍ସନାଲ ଲ’ ବୋର୍ଡ । ସରକାର ବିନା ଆଲୋଚନାରେ ଏହି ବିଲ ପାରିତ କଲେ ଆନ୍ଦୋଳନ ହେବ ବୋଲି ବୋର୍ଡ ଚେତାବନୀ ଦେଇଛି । ଏଥିସହ ବୋର୍ଡ କହିଛି, କୋରାନ କିମ୍ବା ସମ୍ବିଧାନ ବିରୋଧରେ ଯାଇ ସରକାର ଏଭଳି ବିଲ୍ ପାରିତ କଲେ ଏହାକୁ ଗ୍ରହଣ କରାଯିବନି ।