ପାଂଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଶେଷ ! ତିନି ତଲାକ ବ୍ୟବସ୍ଥା ଉପରେ ପଦକ୍ଷେପ ନେବେ କେନ୍ଦ୍ର ସରକାର

25

କନକ ବ୍ୟୁରୋ: ପାଂଚଟି ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ କେନ୍ଦ୍ର ସରକାର ତିନି ତଲାକ ବ୍ୟବସ୍ଥା ଉପରେ କିଛି ପଦକ୍ଷେପ ନେବେ ବୋଲି ସୂଚନା ମିଳିଛି । କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏ ନେଇ ସୂଚନା ଦେଇଥିବାବେଳେ ପଦକ୍ଷେପର ରୂପରେଖ କଣ ହେବ ତାହା ନେଇ ସ୍ପଷ୍ଟ ଭାବେ କିଛି କହି ନାହାଁନ୍ତି ।

ଏହି ପ୍ରସଂଗରେ ଅନ୍ୟ ରାଜନୈତିକ ଦଳ ବିଶେଷ କରି କଂଗ୍ରେସ ଓ ବହୁଜନ ସମାଜ ପାର୍ଟି ସେମାନଙ୍କର ମତ ସ୍ପଷ୍ଟ କରିବାକୁ ରବିଶଙ୍କର ଆହ୍ୱାନ ଦେଇଛନ୍ତି । ରବିଶଙ୍କର କହିଛନ୍ତି ଯେ ମହିଳାଙ୍କ ଅଧିକାରର ସୁରକ୍ଷା ନେଇ କୈାଣସି ସାଲିସ କରାଯିବ ନାହିଁ । ମାର୍ଚ୍ଚ ୧୧ ପରେ ନିର୍ବାଚନ ପ୍ରକ୍ରିୟା ସରିଯାଉଥିବାରୁ ଏହାପରେ ଟ୍ରିପଲ ତଲାକକୁ ନେଇ ନୁଆ ପଦକ୍ଷେପ ଗ୍ରହଣ କରାଯିବାର ଆଶା କରାଯାଉଛି ।