ରୋଜଭ୍ୟାଲି ଚିଟଫଣ୍ଡ୍ ଠକେଇ ମାମଲା : ଟିଏମସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ଗିରଫ କଲା ସିବିଆଇ

25

କନକ ବ୍ୟୁରୋ : ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରେ ତୃଣମୂଳ କଂଗ୍ରେସର ସାଂସଦ ତାପସ ପାଲଙ୍କ ପରେ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ଗିରଫ କରିଛି ସିବିଆଇ । ଠକେଇ ମାମଲାର ତଦନ୍ତରେ ସହଯୋଗ କରୁନଥିବା ଅଭିଯୋଗରେ ଗିରଫ କରିଛି ସିବିଆଇ । ଏପଟେ ତାପସଙ୍କ ରିମାଣ୍ଡ ଅବଧି ଶେଷ ହେବାପରେ ସିବିଆଇ କୋର୍ଟରେ ହାଜର କରାଯାଇଛି । ତାଙ୍କୁ ଆଉ ୪ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିଛି ସିବିଆଇ ।

ସେପଟେ ସିବିିଆଇରେ ହାଜର ହେଲେ ତାପସ ପାଲଙ୍କ ଝିଅ ସୋହିନୀ ପାଲ୍ । ଦ୍ୱିତୀୟ ଥର ପାଇଁ ସିବିଆଇରେ ହାଜର ହୋଇଛନ୍ତି ସୋହିନୀ । ଆଜି ତାପସ ପାଲଙ୍କୁ ରିମାଣ୍ଡ ଅବଧି ସରୁଥିବାରୁ ଦ୍ୱିତୀୟ ଥର ତାଙ୍କୁ ସିବିଆଇ ରିମାଣ୍ଡରେ ନେବାର ସମ୍ଭାବନା ରହିଛି ।