ବଲିଉଡ ଗୀତର ଲୋକାଲ ଭର୍ସନ ! ତିନୋଟି ଭାଷାରେ ଧୁମ ମଚାଇଲେ ଓଡ଼ିଆ ଗାୟିକା ଅନ୍ତରା

47

କନକ ବ୍ୟୁରୋ : ଫିଲ୍ମ ଟାଇଗର ଜିନ୍ଦା ହୈର ଧମାକାଦାର ସଫଳତା ଯେ କୋଟି କୋଟି ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏପରିକି ୩୦୦ କୋଟି କ୍ଲବରେ ମଧ୍ୟ ପହଞ୍ଚିଛି ସଲମାନଙ୍କ ଏହି ଫିଲ୍ମ । କେବଳ ଅଭିନୟର ଜଲୱା ନୁହେଁ ବରଂ ଫିଲ୍ମର ଗୀତ ସ୍ୱାଗସେ ସ୍ୱାଗତ ଏବେ ପାର୍ଟି ଗୀତ ହୋଇସାରିଛି । ଦିଲ ଦିଆ ଗଲାଁ ମଧ୍ୟ କୌଣସି ରୋମାଂଟିକ ଗୀତରୁ କମ ନୁହେଁ ।

Untitled-1-640x321ସୋନୁ କକରଙ୍କ ଠାରୁ ଆରମ୍ଭ କରି ରିତୁ ଅଗ୍ରୱାଲଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ମେଲୋଡିୟସ ଗୀତ ୟୁଟ୍ୟୁବରେ ଛାଇ ଯାଇଛି । ଓଲିଉଡ ଗାୟିକାଙ୍କ ମୁହଁରେ ବଲିଉଡ ଗୀତର ଧୂନ । ଓଲିଉଡ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ ମଧ୍ୟ ଏହି ଟ୍ରେଣ୍ଡରେ ନିଜକୁ ସାମିଲ କରିଛନ୍ତି । ସେ ଏହି ଫିଲ୍ମର ଦିଲ ଦିଆ ଗଲାଁ ଗୀତକୁ ପଂଜାବୀ,ବେଙ୍ଗଲୀ ଏବଂ ଓଡ଼ିଆ ଭର୍ସନରେ ଗାଇ ଦର୍ଶକଙ୍କ ମନକୁ ଛୁଇଁ ପାରିଛନ୍ତି । ଏହି ରୋମାଣ୍ଟିକ ଟ୍ରାକର ଗୀତଟି ଦର୍ଶକଙ୍କୁ ବେଶ ମତୁଆଲା କରୁଛି ।

ଅନ୍ତରା ଜଣେ ପ୍ଲେବ୍ୟାକ ସିଙ୍ଗର ଭାବରେ ଓଡ଼ିଆ,ବଙ୍ଗାଳୀ ଏବଂ ମରାଠୀ ଭଳି ୩ଟି ଭାଷାର କେତେକ ଫିଲ୍ମ ପାଇଁ ପୂର୍ବରୁ ଅନେକ ଗୀତ ମଧ୍ୟ ଗାଇଛନ୍ତି । ତେବେ ଦିଲ ଦିଆ ଗଲାଁ ଭିଡିଓରେ ଅନ୍ତରା ଏକ ଭିନ୍ନ ରୂପରେ ନଜର ଆସିଛନ୍ତି । ପ୍ରଥମଥର ପାଇଁ ଗୀଟାର ବଜାଇ ଗୀତ ଗାଇବା ତାଙ୍କ ପାଇଁ ଏକ ନିଆରା ଅନୁଭୂତି ଥିଲା । ଅନ୍ତରାଙ୍କ କହିବା ଅନୁଯାୟୀ, ତିନୋଟି ଭାଷାରେ ଏହି ଗୀତ ଗାଇବା ପାଇଁ ତାଙ୍କୁ ବେଶ ପରିଶ୍ରମ କରିବାକୂୁ ପଡିଥିଲା । ସେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦିଲ ଦିଆ ଗଲାଁ ଗୀତ ରେକର୍ଡ଼ କରିଥିଲେ ଏବଂ ସକାଳ ୭ଟାରେ ସୁଟିଂ ପାଇଁ ବାହାରିଥିଲେ । ତେବେ ତାଙ୍କ କହିବା ଅନୁସାରେ ଏହା ତାଙ୍କ ପାଇଁ ଏକ ନିଆରା ଅନୁଭବ ଥିଲା, ଯାହାକୁ ସେ କେବେ ମଧ୍ୟ ପୂର୍ବରୁ କରିବାର ସୁଯୋଗ ପାଇ ନଥିଲେ ।

ଏହି ଗୀତର ଭିଡିଓ ସୁଟିଂ ପାଇଁ ସେ କଟକ ସହରର ଅନ୍ୟତମ ଆକର୍ଷଣୀୟ ସ୍ଥାନ ନରାଜକୁ ବାଛିଥିଲେ । ସହରର କୋଳାହଳ ଠାରୁ ଦୂରରେ ରହି ଏହି ଗୀତକୁ ଗାଇବାର ନିଆରା ଅନୁଭବକୁ ପ୍ରକାଶ କରିଥିଲେ ଗାୟିକା ଅନ୍ତରା । ଏହା ଏକ ପିକନିକ ଯାହାକୁ କେବଳ ସାଙ୍ଗ ଏବଂ ପରିବାର ସହିତ ସେଲିବ୍ରେଟ କରାଯାଇପାରିବ । ଏହା ଏଭଳି ଏକ ତ୍ରୀଭାଷୀୟ ଗୀତ ଯାହା ହୃଦୟକୁ ଛୁଇଁଯିବ । ଅନ୍ତରାଙ୍କ କହିବା ଅନୁସାରେ ବେଙ୍ଗଲୀ,ଓଡ଼ିଆ ଏବଂ ପଂଜାବୀ ଭାଷାର ଗୀତ ମାଧ୍ୟମରେ ସେ ଦର୍ଶକଙ୍କ ହୃଦୟକୁ ଛୁଇଁବାକୁ ଆଶା ରଖିଛନ୍ତି । ତେବେ ଗୀତଟିକୁ ସମ୍ପୂର୍ଣ୍ଣ କରିବା ପାଇଁ ୩୬ ଘଣ୍ଟା ସମୟ ଲାଗିଥିଲା । ତେବେ ଏହତ ଭିଡିଓଟି ୟୁଟ୍ରୁ୍ୟବରେ ରିଲିଜ ହେବା ପରେ ଖୁବ କମ ସମୟ ମଧ୍ୟରେ ବେଶ ଲୋକପ୍ରିୟ ହୋଇପାରିଛି । ଦର୍ଶକ ମଧ୍ୟ ଏହି ରୋମାଣ୍ଟିକ ଟ୍ରାକକୁ ବେଶ ପସନ୍ଦ କରିଛନ୍ତି । ରତିକାନ୍ତ ଶତପଥୀ ଦ୍ୱାରା ସଂକଳ୍ପିତ ଏହି ଭିଡିଓକୁ କ୍ୟାମେରା ଲେନସରେ କଏଦ କରିଥିଲେ ଜ୍ୟୋତି ଶଙ୍କର ସିଂହ । ଏହି ଗୀତର ଓଡିଆ ଓ ବେଙ୍ଗଲୀ ଲିରିକ୍ସ ଲେଖିଛନ୍ତି ମୋହିତ ଚକ୍ରବର୍ତ୍ତୀ ।
ୟୁଟ୍ୟୁବ ଲିଙ୍କ : https://youtu.be/wQ0sqPNoh7o