ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୨୮ ତମ ଶ୍ରାଦ୍ଧ ବାର୍ଷିକୀ ! ଶ୍ରଦ୍ଧାଞ୍ଜଳୀ ଦେବାକୁ ପହଂଚିଲେ ବଡ଼ ବଡ଼ ନେତା , ପିତାଙ୍କ ପାଇଁ ଭାବୁକ କଲା ଭଳି କବିତା ପୋଷ୍ଟ କରି ଶ୍ରଦ୍ଧାଞ୍ଜଳୀ ଦେଲେ ପ୍ରିୟଙ୍କା

186

ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ,ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ,ୟୁପିଏ ଚେୟାରପର୍ସନ୍ ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତିି । ପୂର୍ବ ଉପ ରାଷ୍ଟ୍ରପତି ହମିଦ୍ ଅନ୍ସାରୀଙ୍କ ସହ ଅନେକ ନେତା ମଧ୍ୟ ରାଜୀବ ଗାନ୍ଧୀଙ୍କ ପୁଣ୍ୟତିଥି ଅବସରରେ ତାଙ୍କ ସମାଧି ସ୍ଥଳ ବୀରଭୂମି ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।

ପ୍ରମୁଖ ନେତାଙ୍କ ମଧ୍ୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା,ପାର୍ଟିର ବରିଷ୍ଠ ନେତା ଗୁଲାମ୍ ନୱି ଆଜାଦ୍ ,କେସି ବେଣୁଗୋପାଳ,ଏକେ ଏଣ୍ଟୋନୀ,ଆନନ୍ଦ ଶର୍ମା,ଶୀଲା ଦୀକ୍ଷିତ୍ , ରାଜସ୍ତାନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଏବଂ ହରିୟାଣା ପୂର୍ବ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ହୁଡ୍ଡା ମଧ୍ୟ ବୀରଭୁମି ପହଂଚି ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ପ୍ରିୟଙ୍କା ଗାନ୍ଧୀ ଭଦ୍ରା ହରିବଂଶ ରାୟ ବଚ୍ଚନଙ୍କ କବିିତା “ଅଗ୍ନିପଥ“ର ଗୋଟିଏ କବିତା ଏବଂ ପିତାଙ୍କ ଗୋଟିଏ ଫଟୋକୁ ସେୟାର୍ କରି ଟ୍ୱିଟ୍ କରି ଲେଖିଥିଲେ , “ଆପଣ ମୋ ପାଇଁ ସର୍ବଦା ହିରୋ ହୋଇ ରହିବେ ।”